Breaking

ଆଜି ଭାଲେଣ୍ଟାଇନ୍ ଡେ ! ପ୍ରେମ ପାଇଁ ଦିନଟିଏ

0

ଭୁବନେଶ୍ବର(ସତ୍ୟଜିତ୍ ରାଉତ୍):ଆଜି ସାରା ବିଶ୍ୱ ପାଳନ କରୁଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ପ୍ରେମ ଆକାଶରେ ଉଡ଼ି ବୁଲୁଛନ୍ତି ପୁଞ୍ଜାପୁଞ୍ଜା ଲଭ୍‌ ବାର୍ଡ୍‌ସ। କିଏ ଉପହାର ଦେଇ ନିଜ ପ୍ରେମକୁ ବ୍ୟକ୍ତ କରୁଛିି ତ ଆଉ କିଏ ପ୍ରେମର ପୂରା ସପ୍ତାହକୁ ମନଭରି ଉପଭୋଗ କରୁଛି। ଜୀବନରେ ପ୍ରେମ କାହା ପାଇଁ କେମିତି ଆସେ ତାହା କେହି ଜାଣି ନ ଥାନ୍ତି। କିନ୍ତୁ ବେଳେବେଳେ ପ୍ରେମ ଅଦିନିଆ ମେଘ ଭଳି ଏମିତି ଭିଜାଇ ଦେଇଯାଏ ଯେ ଦେହ-ମନ ପବିତ୍ର ହୋଇଯାଏ।କିଛି ବର୍ଷ ଧରି ପ୍ରେମର ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀ ଯୁଗଳ ପରସ୍ପରକୁ ଭେଟିବାର ବାହାନା ଖୋଜି ବୁଲିବାରେ ମାତିବେ। ନୂଆ କରି ବାହା ହୋଇଥିବା ଦମ୍ପତି ବି ଏହିଦିନଟିକୁ ନିଆରା ଢଙ୍ଗରେ ପାଳନ କରିବେ। ପ୍ରେମ ବିବାହ ହୋଇଥାଉ ଅବା ଯୋଗାଡ଼ ବିବାହ ପରସ୍ପର ବିନା ଦ୍ବିଧାରେ ପ୍ରେମର ଫଗୁ ମାଖିହେବେ।ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ ପାଇଁ ସଜବାଜ ହେଉଛି ।

loading...

Leave A Reply

Your email address will not be published.