Breaking

ସ୍ତ୍ରୀ ର ପରପ୍ରୀତି ହତ୍ୟା କଲା ସ୍ବାମୀ

0

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।
ମୃତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନ୍ୟ ଜଣେ ମୃତକଙ୍କ ନାମ ପ୍ରଦୀପ କୁମାର ଦେ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଆତ୍ମସମର୍ପଣ କରିଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେମାନେ ସହଦେବଖୁଣ୍ଟସ୍ଥିତ ବ୍ୟାଙ୍କ କଲୋନୀରେ ଭଡାରେ ରହୁଥିଲେ । ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ କୌଣସି କାମ କରୁନଥିବାବେଳେ ସେ ଏକ ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟରତ ଥିଲେ । ଲକ୍ଷ୍ମୀପ୍ରିୟାଙ୍କ ପ୍ରେମ ସମ୍ପର୍କ ରହିଥିବା ନେଇ ସେ ସନ୍ଦେହ କରୁଥିଲେ । ଫଳରେ ଏନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା ।ଘଟଣାଦିନ କୈଳାଶ ନିଜ ଘରେ ପତ୍ନୀଙ୍କ ସହ ଉକ୍ତ ଯୁବକକୁ ଦେଖି ହଠାତ୍ ଉତକ୍ଷିପ୍ତ ହୋଇ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ । ହତ୍ୟା ପରେ ଅଭିଯୁକ୍ତ ଜଣଙ୍କ ଏସମ୍ପର୍କରେ ନିଜ ଶ୍ୱଶୁର ଘରକୁ ଫୋନ୍ କରି ଜଣାଇଥିଲେ ଏବଂ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।ତେବେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ପଚରାଉଚରା ଜାରି ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

loading...

Leave A Reply

Your email address will not be published.