Breaking

ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା

0

ଭୁବନେଶ୍ୱର: ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମଣ୍ଡପ ଗୁଡ଼ିକରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଗତକାଲି ମା’ଙ୍କ ଚକ୍ଷୁଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ସାଙ୍ଗକୁ ଚକ୍ଷୁଦାନ ପରେ ବହୁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି।
ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବ ମୁଖର ସାରା ପରିବେଶ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଚମକୁଛି ପୂଜା ମଣ୍ଡପ। ସେହିପରି ଆଜି ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ଅନୁଷ୍ଠିତ ହେବ।

loading...

Leave A Reply

Your email address will not be published.