Breaking

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ’

0

ଭୁବନେଶ୍ୱର :ପବିତ୍ର ଦଶହରା ଅବସରରେ ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଫିଲ୍ମ ‘ପ୍ରେମ୍ କୁମାର’ ରଜ ଅବସରରେ ଆସିବାକୁ ଥିବା ବେଳେ ଫିଲ୍ମ ‘ଶ୍ରୀମାନ ସୁରଦାସ’ ୧୪ ତାରିଖରେ ରିଲିଜ୍ ହେବାର ସ୍ଥିର କରାଯାଇଥିଲା। ହେଲେ ତିତଲିର ପ୍ରଭାବ ଯୋଗୁଁ ଏହାର ରିଲିଜ୍ ତାରିଖ ଘୁଞ୍ଚିଲା ବୋଲି କୁହାଗଲା। ଏବେ ଏହି ସିନେମା ଆଜି ରିଲିଜ୍ ହେଉଛି। ‘ଶ୍ରୀମାନ ସୁରଦାସ’ରେ ବାବୁସାନ୍, ଭୂମିକା,ବୁଦ୍ଧାଦିତ୍ୟ ମହାନ୍ତି,ବବି ମିଶ୍ର,ମିହିର ଦାସ ଏବଂ ଅପରାଜିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି ଏବଂ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍ ମଜୁମଦାର।
ତାପସ ସରଘରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ପ୍ରେମ୍ କୁମାର’ ରେ ମୁଖ୍ୟ ଚରିତ୍ରରେ ଅନୁଭବ ମହାନ୍ତି ଏବଂ ତାଙ୍କ ବିପକ୍ଷରେ ଦୁଇଟି ନାୟିକା ତଥା ସିବାନୀ ଏବଂ ତମନ୍ନା ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି ।ଏଥିରେ କୁନା ତ୍ରିପାଠୀ ଓ ସୁରେଶ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ।

loading...

Leave A Reply

Your email address will not be published.