Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୩୧ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଦିନଟି ଭୋଗ ବିଳାସରେ ଅତିବାହିତ ହେବ

0

ମେଷ: ଖୁସ ମିଞ୍ଜାସରେ ଦିନଟି ବିତିବ। ସମ୍ମାନିତ ହୋଇପାରନ୍ତି। ଆସ୍ତିକ ସ୍ୱଭାବର ହେବେ। କଥାବାର୍ତ୍ତା ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ସାନଭାଇମାନଙ୍କଠାରୁ ଆଦର ମିଳିବ।

ବୃଷ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଶାନ୍ତିପ୍ରିୟ ଓ ସହନଶୀଳ ହେବେ। ମିତ୍ର ସୁଖ ମିଳିବ।

ମିଥୁନ: ଯେତେ ଦୁଃଖ ପଡୁନା କାହିଁକି କାର୍ଯ୍ୟ ସମ୍ଭାଳିବାରେ ସକ୍ଷମ ହେବେ। ସମ୍ମାନିତ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ସାମୟିକ ଭାବେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମଧୁର ଭାଷୀ ହେବେ।

ସିଂହ: କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି। ସୁଖ-ସମ୍ମାନ ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ସୁଖୀ ହେବେ।

କନ୍ୟା: ପରିସ୍ଥିତି ପ୍ରତି ଉଦାସୀନ ରହିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ମନ ପ୍ରସନ୍ନ ରହିବ। ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

ତୁଳା: ସେବା ମନୋଭାବ ଗ୍ରହଣ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିରେ ଉଦ୍‍ବୁଧ ହେବେ। ପ୍ରବାସପ୍ରିୟ ଓ ବିଦ୍ୱାନ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖରେ ବିତିବ।

ବିଛା: ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ହେବ।

ଧନୁ: ଶୁଭ ଯୋଗ ଅଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପତ୍ନୀଙ୍କ ପରାମର୍ଶ ନେବେ।

ମକର: ଭ୍ରମଣ ଯୋଗ ଅଛି। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

କୁମ୍ଭ: କାର୍ଯ୍ୟ ସଂପାଦନ ପାଇଁ ସୁଚିନ୍ତିତ ମତବ୍ୟକ୍ତ କରିବେ। ଚଞ୍ଚଳ ପ୍ରକୃତିର ହେବେ। ହଠାତ୍‍ କିଛି ଅର୍ଥ ହସ୍ତଗତ ହୋଇପାରେ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ପତ୍ନୀ ଆଜ୍ଞାକାରିଣୀ ହେବେ।

ମୀନ: ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁଖ ଅନୁଭବ କରିବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

loading...

Leave A Reply

Your email address will not be published.