Breaking

ଗଛରେ ପିଟି ହେଲା କାର୍‌ ! ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

0

ଜୟପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଆହତ ହୋଇଛନ୍ତି।ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଚୈତନ୍ୟ ମହାନ୍ତି ଏବଂ ତାଙ୍କ ପତ୍ନୀ। ଏବେ ଆହତମାନଙ୍କ ନାଁ ଜଣାପଡ଼ି ନାହିଁ।କ ଚିକିତ୍ସା ପାଇଁ ଆହତମାନଙ୍କୁ ସେଠାରୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚୈତନ୍ୟ ଓ ତାଙ୍କ ପତ୍ନୀ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଅନ୍ୟ ତିନି ଆହତଙ୍କର ଚିକିତ୍ସା ଚାଲିଛି।

loading...

Leave A Reply

Your email address will not be published.