Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୮ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ

0

ମେଷ: ଆଜି ଆପଣ ସୂର୍ଯ୍ୟ ଭଳି ଚମକିବେ। ନୂଆ ସ୍ରୋତରୁ ଧନଲାଭ ହୋଇପାରେ। କୌଣସି ସମାରୋହକୁ ଯିବେ। ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ବେପାର ଉଦ୍ୟୋଗରୁ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ପରିବାର ସହିତ ସମୟ ବିତେଇବାର ସୁଯୋଗ ମିଳିବ।

ମିଥୁନ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ନୂଆ ଘର ଓ ବାହନ କିଣିବା ପାଇଁ ସମୟ ଶୁଭ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରରେ ଅଚାନକ ଫାଇଦା ହେବ। ଛାତ୍ରଙ୍କୁ ବଢ଼ିଆ ଅବସର ମିଳିପାରେ। ପ୍ରେମରେ ସଫଳତା ମିଳିବ।

ସିଂହ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କନ୍ୟା: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ପ୍ରେମ ସଂପର୍କରେ ମଧୁରତା ଆସିବ।

ତୁଳା: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ରାଜନୀତିରେ ସୀମା ବଢ଼ାଇବେ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ବିଛା: କର୍ମକ୍ଷେତ୍ରରେ ପ୍ରଶଂସା ମିଳିବା ହେତୁ ଖୁସି ରହିବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଅବିବାହିତଙ୍କ ଲାଗି ଦିନଟି ଭଲ। ବିବାହର ପ୍ରସ୍ତାବ ଆସିବ।

ଧନୁ: ଜୀବନରେ ଉନ୍ନତି ପାଇଁ ବହୁତ ସୁଯୋଗ ମିଳିବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଛାତ୍ରୀମାନେ ଅଧ୍ୟୟନରେ ଅଧିକ ସମୟ ଦେବେ।

ମକର: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ବ୍ୟବସାୟରେ ଉନ୍ନତି ହେବ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ।

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ମୀନ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କର ଅଟକି ଥିବା ପଇସା ମିଳିବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।

loading...

Leave A Reply

Your email address will not be published.