Breaking

ରନୱେ ଛାଡ଼ି ବିମାନ ପଶିଗଲା ହ୍ରଦ ଭିତରେ

0

ୱେଲିଂଟନ୍ : ଆଜି ସକାଳେ ଏୟାର ନିଉଗିନି ବୋଇଂ-୩୭୩ ବିମାନ ଯାତ୍ରୀମାନଙ୍କୁ ନେଇ ମାଇକ୍ରୋନେସିଆର ୱେନୋ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ଲ୍ୟାଣ୍ଡ କଲା ବେଳେ ରନୱେକୁ ଯିବା ବଦଳରେ ଏହା ସିଧା ଯାଇ ପଶିଗଲା ଚୁକ୍ ହ୍ରଦ ଭିତରେ । କିଛି ଯାତ୍ରୀ ବିମାନରୁ ବାହାରି ପହଁରି ପହଁରି କୂଳକୁ ଆସୁଥିବା ବେଳେ ସ୍ଥାନୀୟ ଲୋକେ ବୋଟ୍ ନେଇ ସେମାନଙ୍କୁ ଉଦ୍ଧାର କରିଥିଲେ ।ଏହି ଘଟଣା ମାଇକ୍ରୋନେସିଆ ଅଂଚଳରେ ହୋଇଛି  । ଏଥିରେ ଥିବା ସମସ୍ତଯାତ୍ରୀଙ୍କୁ ଚିକିସା ପାଇଁ ନିକଟସ୍ତ ହସ୍ପିଟାଲକୁ ପଠାଯାଇଛି । ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି । ଏହି ପ୍ଲେନରେ ପାଖାପାଖି ୩୬ ଯାତ୍ରୀ ଓ ୧୧ ମମ୍ବର ଯାତ୍ରା କରୁଥିଲେ ।

loading...

Leave A Reply

Your email address will not be published.