Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୫ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ

0

ମେଷ: ସାଧନାରେ ସିଦ୍ଧି ଲାଭ କରିପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। ମନସ୍କାମନା ପୂରଣ ହେବ। ପାରିବାରିକ ସୁଖ ମିଳିବ। ସବୁ ଠାରେ ସମ୍ମାନ ପାଇବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ବୃଷ: ଯାତ୍ରା କାଳରେ ଖର୍ଚ୍ଚ ବୃଦ୍ଧି ଘଟିପାରେ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ନୈତିକତା ବୃଦ୍ଧି ହେବ। ସ୍ଥିତି ଅନୁକୂଳ ରହିଛି। ଧର୍ମକର୍ମ ସମ୍ପାଦନ କରିପାରନ୍ତି। ବିଦ୍ୟାର୍ଥୀ ଉତ୍ସାହିତ ହେବେ।

ମିଥୁନ: ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତିି ମିଳିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଫଳ ମିଳିବ।

କର୍କଟ: କାର୍ଯ୍ୟ ହାସଲ କରିବା ପାଇଁ ଲାଗି ପଡ଼ିବେ; ମାତ୍ର ବିଳମ୍ବିତ ହୋଇପାରେ। ମାନ୍ଦାବସ୍ଥା ଲାଗି ରହିବ। ଶତ୍ରୁଦମନ କରି ଆଶ୍ୱସ୍ତ ହେବେ। ପତ୍ନୀ ପୀଡ଼ିତା ହୋଇ ପାରନ୍ତି। ବିଦ୍ୟାର୍ଥୀ ଯତ୍ନବାନ ହୋଇପାରନ୍ତି।

ସିଂହ: ରାଜନୈତିକ ଅସ୍ଥିରତା ଲାଗି ରହିପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି। କୁଶଳ ସମାଚାର ପାଇ ଖୁସି ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀଙ୍କ ଚେଷ୍ଟା ସଫଳ ହେବ।

କନ୍ୟା: ସତ୍‌ପ୍ରେରଣା ପାଇ ଆଗୁସାର ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଯାନବାହନ ଚଳାଚଳରେ ସାବଧାନ। କୀର୍ତ୍ତି, ମର୍ତ୍ତି, ସ୍ୱତ୍ୱ, ସନ୍ତୋଷ ଓ ଧନ ମିଳିପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ତୁଳା: କର୍ମ ଚଞ୍ଚଳ ରହିବେ। ସମୃଦ୍ଧି ମାର୍ଗରେ ଆଗେଇ ଯିବେ। ପାରିବାରିକ ସୁଖ ମିଳିବ। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ବିଦ୍ୟାର୍ଥୀଙ୍କ ଶ୍ରମ ସାର୍ଥକ ହେବ।

ବିଛା: ଅର୍ଥ ସଂଗ୍ରହ କରିବାରେ ଲାଗି ପଡ଼ିବେ। ଘାତଚନ୍ଦ୍ର ସହିତ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଅତି ସତର୍କତାର ସହ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା। ବିଦ୍ୟାର୍ଥୀ ପଢ଼ାପଢ଼ି ଓ ଖେଳ କୁଦରେ ଆଗେଇବେ।

ଧନୁ: ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ସକ୍ଷମ ହେବେ। ବହୁ ମିତ୍ର ଲାଭର ସୂଚନା ମିଳୁଛି। କର୍ମ କୁଶଳତା ପ୍ରକାଶ ପାଇବ। ସତ୍‌ସଙ୍ଗୀ ହେବେ। ସୁଖ ସମ୍ଭୋଗର ଦିନଟି ଆଜି। ଚିତ୍ତ ପ୍ରସନ୍ନ ରହିବ। ବିଦ୍ୟାର୍ଥୀଙ୍କୁ ଆଦର ସମ୍ମାନ ମିଳିବ।

ମକର: ଜମି-ଜମା ବାବଦରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜି ପାରେ। କାର୍ଯ୍ୟକ୍ଷେତ୍ରରେ ମନୋବଳ ଦୃଢ଼ ରହିବ। ପାରିବାରିକ ସୁଖ ମିଳିପାରେ। ବ୍ୟବସାୟରେ ଅଗ୍ରଗତି ଘଟିବ। ଶୁଭକାର୍ଯ୍ୟରେ ଯୋଗଦେଇ ଖୁସି ହେବେ। ବିଦ୍ୟାର୍ଥୀ ପଢ଼ାରେ ଆଗେଇବେ।

କୁମ୍ଭ: କର୍ମକ୍ଷେତ୍ରରେ ପରାମର୍ଶ ଗ୍ରହଣ କରିବା ଉପାଦେୟ ହେବ। ସ୍ଥିତି ଅନୁକୂଳ ରହିଛି। କର୍ମକ୍ଷେତ୍ରରେ ବାକ୍‌ସଂଯମତା ରକ୍ଷା କରିବାକୁ ପଡ଼ିବ। ଶତ୍ରୁମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ବିଦ୍ୟାର୍ଥୀମାନେ ଚଞ୍ଚଳ ଚେଷ୍ଟିତ ହେବେ।

ମୀନ: ବାଦ ବିବାଦରେ ଜଡ଼ିତ ନ ହେବାକୁ ଉଦ୍ୟମ ଜାରି ରଖିବେ। ଗୁରୁକୃପା ଲାଭ କରି ଅସାଧ୍ୟ ସାଧନ କରିପାରନ୍ତି। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହନ୍ତୁ। ବିଦ୍ୟାର୍ଥୀଙ୍କ ଉତ୍ସାହ ବୃଦ୍ଧି ହେବ।

loading...

Leave A Reply

Your email address will not be published.