Breaking

ଓଡିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ

0

ଭୁବନେଶ୍ବର : ଓଡିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ। ଆଜି ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡାର ଜିଗଲର ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସହିତ ଆସି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କରିଥିବା ଆଲୋଚନାରୁ ଏହା ଜଣାଯାଇଛି। ବିଶେଷକରି ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ, ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ କମ୍ପାନୀଗୁଡ଼ିକ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ଆଜି ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲର୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସମୟରେ କହିଛନ୍ତି । ଆଲୋଚନାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଫରାସୀ କମ୍ପାନୀଗୁଡ଼ିକୁ ଆଗାମୀ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ।

loading...

Leave A Reply

Your email address will not be published.