Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୫ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ

0

ମେଷ: ଯେକୌଣସି ଦିଗରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୁର୍ଭାବନା ଦୂର ହୋଇପାରେ। କର୍ମକ୍ଷେତ୍ରରେ ଜୟଯୁକ୍ତ ହେବେ। ପାରିବାରିକ ସମସ୍ୟାର ସମାଧାନ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ ପାରଙ୍ଗମ ହେବେ।

ବୃଷ: ଜଟିଳ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ। ମନରେ ପ୍ରସନ୍ନତା ଆସିବ। ପୂଜାର୍ଚ୍ଚନା ପୂର୍ବକ ଆତ୍ମ ଶୁଦ୍ଧି କରିପାରନ୍ତି। କର୍ମକ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମିଥୁନ: ଇଚ୍ଛା କରୁଥିବା ସାହାଯ୍ୟ ମିଳିପାରେ। ଭାଗ୍ୟର ପରିବର୍ତ୍ତନ ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।

କର୍କଟ: ଦ୍ରବ୍ୟ ଲାଭ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ବିଦ୍ୟାର୍ଥୀ କଷ୍ଟ ସହି ମଧ୍ୟ ଶୁଭ ଫଳ ପାଇବେ।

ସିଂହ: ଦୂର ସ୍ଥାନ ଭ୍ରମଣ ଯୋଗ ଅଛି। ବିଭିନ୍ନ ସ୍ତରରେ ମିତ୍ରତା ସ୍ଥାପନ କରିବେ। ଶାନ୍ତି ସନ୍ତୋଷ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ନୂତନ ଯୋଜନା ଉପରେ ଗୁରୁତ୍ୱ ଦେଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

କନ୍ୟା: ଆୟ ଟିକେ କମିପାରେ; ତଥାପି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା ପୂରଣ ହେବ। ସର୍ବ ଶୁଭ ଆଶା କରାଯାଏ। ଧାର୍ମିକ ଅନୁଷ୍ଠାନର ନେତୃତ୍ୱ ନେବେ। କର୍ତ୍ତୃପକ୍ଷ ସୁପାରିସ କରିପାରନ୍ତି। ବିଦ୍ୟାର୍ଥୀ ସଫଳ ହେବେ।

ତୁଳା: ବିଚାରବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ। ଉଚ୍ଚ ଆଶା ପୂରଣ ହେବ। ସାଂସ୍କୃତିକ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ଆଲୋଚନା କରିବେ। ବିଦ୍ୟାର୍ଥୀ ସୁଖୀ ହେବେ।

ବିଛା: କାର୍ଯ୍ୟ ହାସଲ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ। ପରୋପକାରୀ ହେବେ। ପାରିବାରିକ ସୁଖ ମିଳିବ। ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ। ଅଜଣା ବ୍ୟକ୍ତିଙ୍କୁ ଦୂରେଇ ଦେବେ। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।

ଧନୁ: ମିଶ୍ରିତ ଫଳ ମିଳିପାରେ। ଧର୍ମ କର୍ମ ସମ୍ପାଦନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସର୍ବ ସୁଖ ମିଳିପାରେ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ଠାକୁରଙ୍କ କାର୍ଯ୍ୟରେ ମନ ଦେଇପାରନ୍ତି। କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ। ବିଦ୍ୟାର୍ଥୀ ସୁଫଳ ପାଇବେ।

ମକର: ମହାନ୍‌ ଚିନ୍ତାଧାରା ନେଇ କାର୍ଯ୍ୟ କରିପାରନ୍ତି। ସହନଶୀଳ ହୋଇ ବିବାଦରୁ ଓହରି ଯାଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଭୁଲ ଖବର ପାଇ ବିବ୍ରତ ହେବା ଅନୁଚିତ। ବିଦ୍ୟାର୍ଥୀ କର୍ମକ୍ଷମ ହେବେ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଖାଦ୍ୟ ପେୟ ରୁଚିକର ହେବ। ସ୍ୱାସ୍ଥ୍ୟ ଭଲ ରହିବ। କଳହରୁ ନିବୃତ୍ତ ରହିବା ଶ୍ରେୟ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମୀନ: ଘାତଚନ୍ଦ୍ର ଭୋଗ ହେତୁ ଠାକୁରଙ୍କ ଶରଣାପର୍ଣ୍ଣ ହେବେ। ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ନିରାଡ଼ାମ୍ବର ଜୀବନ ଯାପନ କରିପାରନ୍ତି। ସୁଖଭୋଗ କରିବେ। ମିଷ୍ଟଭାଷୀ ହୋଇପାରନ୍ତି। ବିଦ୍ୟାର୍ଥୀ ସୁବିଦ୍ୟା ଯୁକ୍ତ ହେବେ।

loading...

Leave A Reply

Your email address will not be published.