Breaking

ଏଥର ପୂଜାରେ ଆସୁଛି ତିତଲି

0

ଭୁବନେଶ୍ବର: ଜମିବ ପୂଜା ବଜାର l ପୂଜା ବଜାରକୁ ସରଗରମ କରିବ ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନର ପଞ୍ଚମ ଅବଦାନ l ଯାହାର ନାଁ ରହିଛି ତିତଲି l ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମା ସେପ୍ଟେମ୍ବର ୩୦ରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି l ଦେବିଦତ୍ତ ମହାନ୍ତିଙ୍କ କାହାଣୀକୁ ଏସ କେ ମୁରଲୀଧରନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଏହି ସିନେମାଟି l ଯେଉଁଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ l ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଏଥିରେ ଦେଖିବାକୁ ମିଳିବ l ଏହା ସହ ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥାବସ୍ତୁ ସ୍ଥାନ ପାଇଛି l ପ୍ରଖ୍ୟାତ ଲେଖକ ଦେବିଦତ୍ତ ମହାନ୍ତିଙ୍କ କଲମ ଚାଳନାରେ ସିନେମା ଜୀବନ୍ତ ହୋଇଛି l

ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ ହେଡ଼ ରହିଛନ୍ତି l ପୂର୍ବରୁ ଏହି ପ୍ରଡକସନ ବ୍ୟାନରରେ ବ୍ୟାଡ଼ ଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସୁପରହିଟ ସିନେମା ନିର୍ମାଣ ହୋଇସାରିଥିବା ବେଳେ ପଞ୍ଚମ ଅବଦାନ ଭାବେ ବଜାରକୁ ଆସୁଛି ତିତଲି l ପୂର୍ବ ସିନେମାକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହି ସିନେମାକୁ ବି ସେମିତି ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି l

loading...

Leave A Reply

Your email address will not be published.