Breaking

ଭି.ଏସ୍‌.ଏସ୍ ନଗର ଠାରେ ଲୋକାର୍ପିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ସହ ଉପକୃତ ହେବେ ସ୍ଥାନୀୟ ୨୦ ହଜାର ଜନସାଧାରଣ

0

ଭୁବନେଶ୍ୱର ମହାନଗର ନିଗମ ଭି.ଏସ୍‌.ଏସ୍ ନଗର ୱାର୍ଡ଼ ନଂ ୧୧ ଠାରେ ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉତ୍ତର ଭୁବନେଶ୍ୱର ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗରନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ୱାର୍ଡ଼ ନଂ ୧୧ର କର୍ପୋରେଟର୍ ଶ୍ରୀମତୀ ପ୍ରଭାସିନୀ ମହାନ୍ତିଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ଆଡ଼ିସ୍‌ନାଲ୍ କମିଶନର୍ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନ୍‌ର ଜୋନାଲ୍ ଡ଼େପୁଟି କମିଶନର୍ ପୁରନ୍ଦର ନନ୍ଦ, ସି.ଡ଼ି.ଏମ୍‌.ଓ ଖୋର୍ଦ୍ଧା, ଭୁବନେଶ୍ୱର ମହାନଗର ନିଗମର ଅନ୍ୟ ସଦସ୍ୟ, ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ସଦସ୍ୟଙ୍କ ସହିତ ୱାର୍ଡ଼ ନଂ ୧୧ର ବହୁ ସଦସ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଏହି ଆରୋଗ୍ୟ କେନ୍ଦ୍ର ଦ୍ୱାରା ସ୍ଥାନୀୟ ୧୫ ହଜାରରୁ ୨୦ ହଜାର ଜନସାଧାରଣ ଉପକୃତ ହେବେ । ଅଭିଜ୍ଞ ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ସାଙ୍ଗକୁ ନିଶୁଳ୍କ ଔଷଧ ଓ ଉତ୍ତମ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ ସ୍ଥାନୀୟ ଜନସାଧାରଣ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାରମ୍ଭିକ ଭାବେ ୯ଟି କ୍ଷେତ୍ରରେ ସେବା ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭି.ଏସ୍‌.ଏସ୍ ନଗରଠାରେ ଖୋଲା ଯାଇଥିବାରୁ ଭୁବନେଶ୍ୱର ମହାନଗର ନିଗମକୁ ସ୍ଥାନୀୟ ଜନସାଧାରଣ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

loading...

Leave A Reply

Your email address will not be published.