Breaking

ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’

0

ଅନୁଗୁଳ:ଦୀର୍ଘ ଦିନର ଛକାପଞ୍ଝା ପରେ ଯନ୍ତାରେ ପଡ଼ିଛି ମଣିଷଖିଆ ବାଘୁଣୀ ସୁନ୍ଦରୀ । କୁମ୍‌କୀ ହାତୀ ଯଶୋଦା ଦ୍ୱାରା ସୁନ୍ଦରୀଙ୍କୁ କାବୁ କରାଯାଇଛି । ସାତକୋଶିଆବାସୀନ୍ଦା ଓ ବନ ବିଭାଗର ନିଦ ହଜାଇ ଦେଇଥିବା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ଗତ ୫ ଦିନ ମଧ୍ୟରେ ବାଘୁଣୀ ‘ସୁନ୍ଦରୀ’ ଓ ହାତୀ ‘ଯଶୋଦା’ ୪ ଥର ମୁହାମୁହିଁ ହୋଇଥିଲେ ମଧ୍ୟ ତାକୁ ଟ୍ରାଙ୍କୁଲାଇଜ୍‌ କରିବାରେ ବିଶେଷଜ୍ଞମାନେ ସଫଳ ହୋଇ ପାରି ନ ଥିଲେ। ଶେଷରେ ଆଜି ମଝିପଡ଼ା ଜଙ୍ଗଲରେ ବିଶେଷଜ୍ଞମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଅନୁଗୁଳ ସାତକୋଶିଆ କୋର ଜଙ୍ଗଲରେ ସୁନ୍ଦରୀକୁ ଛଡ଼ାଯାଇଥିଲା। ହେଲେ ସୁନ୍ଦରୀ ଜଙ୍ଗଲ ଭିତରେ ରହିବା ବଦଳରେ ଜନବସତି ଆଡ଼କୁ ଚାଲି ଆସିଥିଲା। ସେତିକି ନୁହେଁ ବ୍ୟାଘ୍ର୍ୟ ପ୍ରକଳ୍ପର ହାତିବାରୀ ଓ ଟାଇଁସିରେ ଦୁଇ ଜଣ ଲୋକଙ୍କୁ ମାରିଥିବା ଅଭିଯୋଗ ମଧ୍ୟ ତା’ ମୁଣ୍ଡରେ ଲାଗିଛି।
ସୁନ୍ଦରୀ ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ସାତକୋଶିଆ ଅଞ୍ଚଳରେ ଲୋକେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି। କାରଣ ସୁନ୍ଦରୀକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଏତେ ଥିଲା ଯେ, ଲୋକେ ରାତିରେ କଣ ଦିନରେ ମଧ୍ୟ ଲୋକେ ଘରୁ ବାହାରିବାକୁ ଡରୁଥିଲେ। ପିଲାମାନେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଖାଲି ସେତିକି ନୁହେଁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳରୁ ଲୋକେ ବାହାର କରୁ ନଥିଲେ।

loading...

Leave A Reply

Your email address will not be published.