Breaking

ଆଜିଠୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ‘ମୋ ବସ ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପୂର୍ବାହ୍ନ ୧୧ ଟାରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବେ ।
ନୂତନ ଟେକ୍ନୋଲୋଜିରେ ନିର୍ମିତ ହୋଇଥିବା ଏହି ବସଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ । ମୋଟ ୨୦୦ଟି ବସ ଯାତ୍ରା କରିବା ନେଇ ଯୋଜନା କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟରେ ୧୦୦ ଟି ବସ ଚଳାଚଳ କରିବ । ପ୍ରତି ୧୦ ମିନିଟରେ ବସ ଉପଲବ୍ଧ ହେବ । ସକାଳ ୭ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ । ଏଥିରେ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବସରେ ସିସି କ୍ୟାମେରା, ଅଟୋମେଟିକ ସେନସର ବ୍ୟବସ୍ଥା ଇତ୍ୟାଦି ରହିଛି । ଏହା ରୁଟ୍ ୨୦ରୁ ୨୮ ପର୍ଯ୍ୟନ୍ତ ରହିବ। ରୁଟ୍‌ ୨୦ରେ ମାଷ୍ଟର କ୍ୟାଣ୍ଟିନ୍ ଟର୍ମିନାଲରୁ ଭାୟା ବାଣୀବିହାର ହୋଇ ଖୋର୍ଦ୍ଧାର ନୂଆ ବସ୍‌ଷ୍ଟାଣ୍ଡ, ରୁଟ୍‌ ୨୧ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଓୟୁଏଟି, ରୁଟ୍‌ ୨୨‌େର ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଜଟଣୀ ହୋଇ ବସ୍ ଚାଲିବ। ସେହିପରି ରୁଟ୍‌ ୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ରୁଟ୍‌ ୨୪ରେ କଳିଙ୍ଗ ବିହାରରୁ ଟଙ୍କପାଣି ସାଇ ମନ୍ଦିର, ରୁଟ୍‌ ୨୫ରେ ଡୁମଡୁମାରୁ ମଞ୍ଚେଶ୍ବର, ରୁଟ୍‌ ୨୬ରେ ଡୁମଡୁମାରୁ ଚକେଇସିଆଣି, ରୁଟ୍‌ ୨୭ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍‌ସ, ରୁଟ୍ ୨୮ରେ ମାଷ୍ଟରକ୍ୟାଣ୍ଟିନରୁ କଳିଙ୍ଗନଗର ବସ୍ ସେବା ଆରମ୍ଭ ହେବ। ମୋ ବସ୍‌ର ଫେଜ୍‌ ୨ରେ ରୁଟ୍‌ ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭାୟା ନନ୍ଦନକାନନ ହୋଇ କଟକର ବାଦାମବାଡ଼ି ଛକ, ରୁଟ୍‌ ୧୧ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍‌ ୧୨ରେ ଶିଖରଚଣ୍ଡୀରୁ ଲିଙ୍ଗରାଜ ମନ୍ଦିର, ରୁଟ୍‌ ୧୩ରେ ମାଷ୍ଟରକ୍ୟାଣ୍ଟିନରୁ ପଟିଆ, ରୁଟ୍‌ ୧୪‌େର ବାଣୀବିହାରରୁ ଉତ୍ତରା ଛକ, ରୁଟ୍‌ ୧୫ରେ ଶିଖରଚଣ୍ଡୀରୁ ସମ୍‌ ହସ୍ପିଟାଲ, ରୁଟ୍‌ ୧୬ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମ୍ ହସ୍ପିଟାଲ, ରୁଟ୍ ୧୭ରେ ବାଲିଅନ୍ତାରୁ ଲିଙ୍ଗରାଜ ମନ୍ଦିର, ରୁଟ୍ ୧୮ରେ ଲିଙ୍ଗରାଜ ମନ୍ଦିରରୁ ପୋଖରୀପୁଟର ମଧୁସୂଦନ ପାର୍କ ପର୍ଯ୍ୟନ୍ତ ହପ୍ ଅନ୍ ହପ୍ ଅଫ୍ ସେବାରେ ବସ୍‌ ଚାଲିବ।

loading...

Leave A Reply

Your email address will not be published.