ଭୁବନେଶ୍ୱର: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଧାନସଭାରେ ପ୍ରଚଳିତ ଅାଇନ ଅନୁସାରେ ସେ ନିଜର ହାତଲେଖା ଇସ୍ତଫା ପତ୍ର ବାଚସ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିସହ କଂଗ୍ରେସରେ ରହି ପୂର୍ବ ଭଳି କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କି, କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ ଗତ ୩୦ ତାରିଖରେ ଇସ୍ତଫା ଦେବା ନେଇ ପ୍ରେସମିଟରେ ଘୋଷଣା କରିଥିଲେ । କୁନ୍ଦଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ପୀଡିତାଙ୍କୁ ସେ ନ୍ୟାୟ ଦେଇପାରି ନ ଥିବାରୁ ବିବେକ ଡାକରାରେ ଇସ୍ତଫା ଦେବାକୁ ନିଷ୍ପତି ନେଇଥିବା ପ୍ରକାଶ କରିଥିଲେ । ତେବେ ବାଚସ୍ପତି ଅନୁପସ୍ଥିତ ରହିଥିବାରୁ ନଭେମ୍ବର ୬ରେ ସେ ବାଚସ୍ପତିଙ୍କୁ ସାକ୍ଷାତ କରିବା ନେଇ ସୂଚନା ଦେଇଥିଲେ ।
Breaking
ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing Leagueଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର୧୫ରେ କଳାବ୍ୟାଚ୍ ପିନ୍ଧିବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ