Breaking

ଧନୁଯାତ୍ରା ଦେଖିବା ହେଲା କାଳ, ନିର୍ମାଣାଧୀନ ପୋଲରୁ ଖସି ତିନି ଯୁବକ ମୃତ

0

ନୂଆପଡ଼ା : ଧନୁଯାତ୍ରା ଦେଖିବା ହେଲା କାଳ। ପୋଲରୁ ଖସି ୩ ବାଇକ ଚାଳକ ମୃତ। ନୂଆପଡ଼ା-ପଦ୍ମପୁର ରାସ୍ତା ଦର୍ଲିମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। । ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ପରିଚୟ ମିଳିପାରିନଥିବା ଜଣାପଡିଛି । ପରିଚୟ ମିଳିଥିବା ଦୁଇ ମୃତକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଲିଆନପାନି ଗାଁର ଚୈନ ସିଂ ମାଝୀ ଓ ପୁନିତରାମ ମାଝୀ । ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ମୃତ ତିନି ଜଣ ଏକ ବାଇକ୍ ଯୋଗେ ନୂଆପଡ଼ାକୁ ଧନୁଯାତ୍ରା ଦେଖିବାକୁ ଆସିଥିଲେ । ଫେରିବା ବେଳେ ନିର୍ମାଣାଧୀନ ପୋଲ ତଳକୁ ଭାରସାମ୍ୟ ହରାଇ ପଡ଼ିଯାଇଥିବେ ଅନୁମାନ କରାଯାଉଛି । ଆଜି ସକାଳେ ଲୋକେ ମୃତଦେହଗୁଡ଼ିକ ପାଣିରେ ଭାସୁଥିବା ନେଇ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି |

loading...

Leave A Reply

Your email address will not be published.