କଟକ : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ। ଉଚ୍ଚସ୍ଥାନରୁ ତଳକୁ ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଗତକାଲି ନିକିତା ମୃତ୍ୟୁ ମାମଲାରେ ଗିରଫ ସ୍ୱାମୀ ଲିପନଙ୍କୁ ଚୌଦ୍ୱାର ସର୍କଲ ଜେଲକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟାରେ ଲିପୁନ୍ ନିକିତାଙ୍କ ଘରକୁ ଆସିଥିଲେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଘରର ଛାତ ଉପରକୁ ଚାଲିଯାଇଥିଲେ। ଆଉ ସେଠାରେ କିଛି ସମୟ ପାଇଁ ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା, ଫଳରେ ଛାତ ଉପରୁ ତଳକୁ ନିକିତା ଖସିପଡିଥିଲେ ।ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନିକିତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଡାକ୍ତରଖାନାରେ ନିକିତାଙ୍କ ମୃତ୍ୟୁ ହୋଇଥିବା ଲିପୁନ୍ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’