Breaking

ସମାଜର ଦର୍ପଣ ତରଫରୁ କମ୍ବଳ ଓ ଖାଦ୍ୟପଦାର୍ଥ ବଣ୍ଟନ

0

ଗଞ୍ଜାମ(ଗୋବର୍ଦ୍ଧନ ପଣ୍ଡା): ଇଂରାଜୀ ନବବର୍ଷ ଗଞ୍ଜାମର ହଳଦିଆପଦର ସ୍ଥିତ ନବଜୀବନ ସେବାଆଶ୍ରମ ଠାରେ ପାଳିତ ହୋଇଯାଇଛି । ସମାଜର ଦର୍ପଣ ତରଫରୁ ୧୦୦ ଗୋଟି କମ୍ବଳ, ୨୦୦ଟି ନୋଟବୁକ୍, ୧୫୦ ପେନ୍,୧୫୦ ପେନସିଲ୍ ଓ ଖାଦ୍ୟପଦାର୍ଥ ସହିତ ୧୦୦୦ଟଙ୍କାର ଆର୍ଥିକ ସହାୟତା ଦିଆଯାଈଥିଲା । ଆଶ୍ରମରେ ବେଦ ପିଲା, ଗରିବ ବ୍ରାହ୍ମଣ ପିଲା, ଅସହାୟ ଓ ଅନାଥ ପିଲା ମିଶି ୯୦ ଜଣ ବାଳକ ଓ ବାଳିକା ଅଛନ୍ତି । ଆଶ୍ରମର ନିଜସ୍ବ ତତ୍ତ୍ବାବୋଧନରେ ଏକ ଗୋଆଶ୍ରମ ଅଛି । ଉକ୍ତ ଗୋଆଶ୍ରମରୁ ଉପାର୍ଜିତ ଅର୍ଥରାଶିରେ ପିଲାମାନଙ୍କ ଭରଣ ପୋଷଣ ଓ ପାଠପଢା ହେଉଅଛି ।

ଗୋଟିଏ ପିଲାର ଭରଣ ପୋଷଣ ଓ ପଢାପଢି ପାଇଁ ଯେତେବେଳେ ଆମେ ନୟାନ୍ତ ହୋଇଯାଆନ୍ତି, ଆଶ୍ରମର ସଂଚାଳକ ଶ୍ରୀଯୁକ୍ତ ସୁଶାନ୍ତ ମହାରଣା ୧୦୦ ଜଣ ପିଲାଙ୍କ ଦାୟିତ୍ବ ନେବା ନିଶ୍ଚିତ ପ୍ରସଂସାର ପାତ୍ର ।

ଯାହା ବି ହେଉ ଇଂରାଜୀ ନବବର୍ଷକୁ ସମାଜର ଦର୍ପଣର ସଦଶ୍ୟମାନେ ଖୁବ୍ ଆଡମ୍ବର ସହକାରେ ପିଲାମାନଙ୍କ ସହିତ ପାଳନ କଲେ ଓ ପିଲାମାନଙ୍କ ଖୁସିରେ ସାମିଲି ହେଲେ ।

loading...

Leave A Reply

Your email address will not be published.