Breaking

କନ୍ୟା ଅନମୋଲ ହେ’ ପକ୍ଷରୁ ରାଜ୍ୟର ୪ ଜଣ ବିଶିଷ୍ଟ ମହିଳାଙ୍କୁ ସମାଜ ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ନିମନ୍ତେ ସମ୍ମାନିତ

0

ଭୁବନେଶ୍ୱର :ଶିଶୁକନ୍ୟାଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଉଥିବା ସାମାଜିକ ଅନୁଷ୍ଠାନ, ‘କନ୍ୟା ଅନମୋଲ ହେ’ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଛି । ଓଡ଼ିଶାର ଏହି ଯୁଗାନ୍ତକାରୀ ମହିଳାମାନଙ୍କର ଜୀବନୀ, କାର୍ଯ୍ୟଶୈଳୀ ଏବଂ ସେମାନଙ୍କ ପଦାଙ୍କ, ଯାହାକ ିଓଡ଼ିଶାର ପିଢୀ ପରେ ପିଢୀ କନ୍ୟା ତଥା ମହିଳାମାନଙ୍କୁ ଅନୁପ୍ରାଣିତ କରିପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରିଛନ୍ତି, ସାମାଜିକ ସୁଧାର କ୍ଷେତ୍ରରେ ଯୋଗଦାନ ଦେବାରେ ବ୍ୟକ୍ତିଗତ ଜୀବନରେ ଏକ ଉଦାହରଣ ପାଲଟିଥିବା ଏବଂ କଠିନ ପରିସ୍ଥିତିରେ ଆହ୍ୱାନକୁ ସ୍ୱୀକାର କରିବା ସହ ବିପଦ ସମୟରେ ମଧ୍ୟ ଦୃଢତାର ସହ ବିଭିନ୍ନ ସମସ୍ୟାର ସମାଧାନ କରିପାରିଛନ୍ତି, ସେହିପରି କିଛି ବିଶିଷ୍ଟ ମହିଳାଙ୍କୁ ଏକ ମଂଚରେ ଏକତ୍ରିତ କରିବା ପାଇଁ ‘ଚରଣସ୍ପର୍ଶ’ଭାବେ ନାମିତ ଏହି ପ୍ରୟାସ ଆରମ୍ଭ କରଯାଇଛି ।
ଏହି ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଏକ ଭବ୍ୟ ସମାରୋହରେ ଦିନ ୧୧ ଟାଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । କନ୍ୟା ଅନ୍ମୋଲ ହେ ର ପ୍ରତିଷ୍ଠାତା ଏବଂ ରାଷ୍ଟ୍ରୀୟ ସଂଚାଳକ ଶ୍ରୀ ସରୋଜ ଦାଶ ବିଶ୍ୱାସ କରନ୍ତି ଯେ, ଏହି ଯୁଗାନ୍ତକାରୀ ମହିଳା ମାନଙ୍କର ଜୀବନଶୈଳୀ ଏବଂ କାର୍ଯ୍ୟପନ୍ଥାକୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି, ଯାହାକି ଆଗାମୀ ଦିନରେ ନୂତନ ପିଢୀର ମହିଳା ତଥା କନ୍ୟାମାନଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇପାରିବ ।
ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ କିମ୍ବଦନ୍ତୀ ସାହିତ୍ୟିକ ଶ୍ରୀ ବିଭୂତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀମତି ପ୍ରତିଭା ଶତପଥୀ,ଶ୍ରୀ ଅସିତ ମହାନ୍ତି, ଓଡ଼ିଆ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ଆହାନ ବରାଳ ଏବଂ ସମାଜସେବୀ ମୀରା ପରିଡ଼ା, ଏଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାର ଆଧ୍ୟାତ୍ମିକ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀମତି ଶାନ୍ତିଲତା ବାରିକ, ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ସୁଶ୍ରୀ କଳ୍ପନା ଦାସ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ସାହିତ୍ୟିକ ଗୁରୁ ଡଃ ସଂଘମିତ୍ରା ମିଶ୍ର ଏବଂ ପ୍ରତିଷ୍ଠିତ ଅଭିନେତ୍ରୀ ନମ୍ରତା ଦାସଙ୍କୁ ନିଜ ନିଜକ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ଅବଦାନ ନିମନ୍ତେ ସର୍ବସମ୍ମତି ଭାବେ ପୁରସ୍କୃତ କରିବା ପାଇଁ ମନୋନୀତ କରାଯାଇଥିଲା ।
ଏହି ଅବସରରେ ପର୍ବତାରୋହୀ ସୁଶ୍ରୀ କଳ୍ପନା ଦାସ କହିଥିଲେ ଯେ ଯଦି ପୁନଶ୍ଚ କେବେ ଏଭେରେଷ୍ଟ ଯିବାର ସୁଯୋଗ ମିଳିବ ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାନା ସହିତ ‘କନ୍ୟା ଅନମୋଲ ହେ’ ର ଲୋଗୋ ନେବେ ବୋଲି କହିଥିଲେ । କନ୍ୟା ଅନ୍ମୋଲ ହେ ର ପ୍ରତିଷ୍ଠାତା ଶ୍ରୀ ସରୋଜ ଦାଶ ଏହି ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ୱ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସସ୍ମିତା ଦାଶ, ପ୍ରତିଷ୍ଠାତା, ଅମୀୟବାଳା ପରିଡ଼ା, ସଭାପତି, ଅଂଶୁ ତ୍ରିପାଠୀ, ସହଅଧ୍ୟକ୍ଷ, ଅର୍ଚ୍ଚନା ପାଣିଗ୍ରାହୀ, ସାଗର ଦାସ, ଆବାହକ, ସୂର୍ଯ୍ୟ ନାରାୟଣ ମହାନ୍ତି, ତପସ୍ୱିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.