Breaking

ଦୀପାବଳୀରେ କେବଳ ୨ଘଂଟା ପାଇଁ ଫୁଟାଇ ପାରିବେ ବାଣ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଦୀପାବଳିରେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେତେକ ସର୍ତ୍ତକୁ ପାଳନ କରି ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ଉପରେ ପ୍ରଭାବ ପକାଉଥିବା ବାଣଗୁଡ଼ିକୁ ନିୟନ୍ତ୍ରିତ ଭାବେ ବ୍ୟବହାର କରି ପ୍ରଦୂଷଣ ରୋକିବା ଦିଗରେ ଜତ୍ନବାନ ହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେବା ସହ ବାଣ ବିକ୍ରି ଓ କ୍ରୟକୁ ସବୁଜ ସଙ୍କେତ ଦେଇଛନ୍ତି।ଦୀପାବଳୀ ଦିନ କେବଳ ଦୁଇ ଘଂଟା ପାଇଁ ବାଣ ଫୁଟାଇ ପାରିବେ । ରାତ୍ରୀ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରା ଯାଇଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଶବାସୀଙ୍କୁ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ନୂଆ ବର୍ଷ ଦିନ ରାତି ୧୧ଟା ୪୫ରୁ ୧୨ଟା ୧୫ମି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ବ୍ୟତୀତ ଅନଲାଇନ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ ।
ସୂଚନାନୁଯାୟୀ, ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସାରା ଦେଶରେ ବାଣ ଉତ୍ପାଦନକୁ ବନ୍ଦ କରିବା ପାଇଁ ପିଟିସନ ଦାଖଲ କରା ଯାଇଥିଲା । ଏହା ପୂର୍ବରୁ ଜଷ୍ଟିସ ଏକେ ଶୀକ୍ରୀ ଏବଂ ଅଶୋକ ଭୂଷଣଙ୍କ ପୀଠ ଅଗଷ୍ଟ ୨୮ରେ ନିଷ୍ପତିକୁ ସୁରକ୍ଷିତ ରଖିଥିଲେ । ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବାଣ ବିକ୍ରି କରିପାରିବେ ବୋଲି କୋର୍ଟ ସୂଚନା ଦେଇଛନ୍ତି। ତେବେ ନଭେମ୍ବର ୭ ତାରିଖ ରାତି ୮ଟା ଠାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କୋର୍ଟ ଜାରି କରିଛନ୍ତି ନିର୍ଦ୍ଦେଶ।

loading...

Leave A Reply

Your email address will not be published.