Breaking

କଟକ-ପୁରୀ ବାଇପାସ୍‌ ରାସ୍ତାରେ ଓଲଟି ପଡ଼ିଲା ମିନି ବସ୍‌,୧୮ ଆହତ

0

ଭୁବନେଶ୍ୱର: ମଙ୍ଗଳବାର ପୂର୍ବାହ୍ନରେ କଟକ-ପୁରୀ ବାଇପାସ୍‌ ରାସ୍ତାର ଶିଶୁପାଳଗଡ଼ ମହୋତ୍ସବ ପଡ଼ିଆ ନିକଟରେ ଏକ ସିଟି ରାଇଡ୍‌ ବସ୍‌ ଓଲଟି ପଡ଼ିବାରୁ ସେଥିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଶିଖରଚଣ୍ଡୀରୁ ୧୮ ଜଣ ଶ୍ରମିକ କାମ କରିବାକୁ ପିପିଲି ଯାଉଥିବା ବେଳେ ବସ୍‌ର ପଛ ଚକା ଫାଟିଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଆହତ ଶ୍ରମିକମାନଙ୍କୁ ୩ଟି ୧୦୮ ଆମ୍ବୁଲାନ୍‌ସ୍‌ ଓ ୩ଟି ପିସିଆର୍‌ ଭ୍ୟାନ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା।ବସ୍‌ରେ ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଯାତ୍ରା କରୁଥିବା ଜଣାପଡ଼ିଛି।

loading...

Leave A Reply

Your email address will not be published.