Breaking

ସହିଦ୍ ସ୍ତମ୍ଭ ଚାରିପଟୁ ୧୦ କଟା ପାପୁଲି ଠାବ

0

ଯାଜପୁର:କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ୍ ସ୍ତମ୍ଭରେ କଟା ହାତ ପାପୁଲି ମିଳିବା ନେଇ ଉତ୍ତେଜନା ଦେଖାଯାଇଛି। ସ୍ଥାନୀୟ ଲୋକମାନେ ସ୍ତମ୍ଭ ଚାରିପଟୁ ୧୨ ବର୍ଷ ତଳର ଆଦିବାସୀଙ୍କ ୧୦ଟି କଟା ହାତ ପାପୁଲି ଠାବ କରିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୦୦୬ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିଲେ ଆଦିବାସୀ। ତେବେ ମୃତଦେହ ଚିହ୍ନଟ ପାଇ ଆଦିବାସୀଙ୍କ ପାପୁଲି କାଟିନିଆଯାଇଥିଲା। ପରେ ପାପୁଲି ଗୁଡିକୁ ପୋଲିସ ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ। ତେବେ ପରିବାରଲୋକେ ଏହାକୁ ନନେବାରୁ ସେଗୁଡିକୁ ସହିଦ ସ୍ତମ୍ଭ ନିକଟରେ ଥିବା ଏକ କ୍ଲବ ଘରେ ସଂରକ୍ଷଣ କରି ରଖାଯାଇଥିଲା।ତେବେ ଗତକାଲି ରାତିରେ କ୍ଲବ ତାଲା ଭାଙ୍ଗି ଜଉମୁଦ ବାକ୍ସ କେହି ପାପୁଲି ଫିଙ୍ଗିଥିବା ସନ୍ଦେହ କରାଯାଉଛି।
ତେବେ ଏହି ଘଟଣାର ତଦନ୍ତ ଓ ଦୋଷୀକୁ ଗିରଫ ପାଇଁ ବିସ୍ଥାପନ ବିରୋଧୀ ଜନ ମଞ୍ଚ ଦାବି କରିଛି।

loading...

Leave A Reply

Your email address will not be published.