Breaking

ବନ୍ଦରହିବ ଭାରତ। ବ୍ୟବସାୟିକ ଅନୁଷ୍ଠାନ ଦେବେ ସହିଦଙ୍କୁ ସଲାମ।

0

ଭୂବନେଶ୍ବର:ସହିଦ ଜବାନଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦରହିବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରସ୍ତାବକୁ ସମର୍ଥନ କରି ଓଡ଼ିଶାର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ୧୮ ତାରିଖ ଦିନ ଅର୍ଥାତ ଆସନ୍ତାକାଲି ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରଖିବ। ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଆତଙ୍କବାଦୀ ଙ୍କୁ କଡା ଜବାବ ଦେବା ସହ ଆତଙ୍କବାଦର ମୂଳପୋଛ କରିବା ପାଇ ବ୍ୟବସାୟୀ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି।

loading...

Leave A Reply

Your email address will not be published.