Breaking

ଓ୍ବିସ୍ ଅନୁଷ୍ଠାନ ତରଫରୁ ପଥୋତ୍ସବରେ ଶହୀଦ ମାନଙ୍କ ପାଇଁ ସ୍ମୃତି ସଭା

0

ଭୁବନେଶ୍ବର:ଓ୍ବିସ୍ ଅନୁଷ୍ଠାନ ତରଫରୁ ରବିବାର ପଥୋତ୍ସବରେ ଶହୀଦ ମାନଙ୍କ ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ଯିଏକି ଆତଙ୍କ ବାଦୀମାନଙ୍କ ଦ୍ୱାରା ୪୨ଜଣ ଯବାନ ନିହତ ହୋଇଥିଲେ । ମଧୁରମୟୀ ଅଶ୍ରମର ଟିକି ଟିକି ପିଲାମାନଙ୍କ ସହ ଅନୁଷ୍ଠାନ ସମସ୍ତ କର୍ମକର୍ତା ମାନେ ରାଲିରେ ଯୋଗ ଦେଇଥିଲେ । ଜୟ ଯବାନ ‘ଅମର ରହେ. ‘ଭାରତ ମାତାକି ଜୟ’ ଧ୍ୱନି ରେ ପଥ ପଥ ପ୍ରକମ୍ପିତ ହେଉଥିଲା । ସେମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ଓ ମହମବତୀ ଜାଳି ସେମାନକର ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଅନୁଷ୍ଠାନ ତରଫରୁ ମଧୁରମୟୀ ଆଶ୍ରମରେ ମଧ୍ୟ ଶହୀଦ୍ ମାନଙ୍କ ପାଇଁ କାର୍ଯ୍ୟକ୍ରମ କରାଯାଇ ପ୍ରାର୍ଥନା କରାଯାଇଥିଲା । ଏଥିରେ
ଦୀପିକା ମହାନ୍ତି ‘ଶହୀଦ ମାଆର ଶୋକ’ କବିତା ଆବୃତି କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି, ଅନୁସୃତା ସିଂଦେଓ, ପଙ୍କଜିନି ପଟ୍ଟନାୟକ, ଦୀପିକା ମହାନ୍ତି ନିରଜା ଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.