Breaking

ଆଜି ବସିବ ରାଜ୍ୟ କ୍ୟାବିନେଟ୍

ଲାଗିପାରେ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ମୋହର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ଦିନ ୧ଟା ୩୦ରେ ଲୋକସେବା ଭବନରେ ଏହି ବୈଠକ ବସିବା ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। କ୍ୟାବିନେଟ୍‌ ଏଜେଣ୍ଡା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି ଗୋଟିଏରୁ ଦୁଇଟା ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ।ଏହି ବୈଠକ ଦିନ ୧.୩୦ ମିନିଟ୍ ରେ ବସିବା ନେଇ ସ୍ଥିର ହୋଇଛି।

loading...

Leave A Reply

Your email address will not be published.