Breaking

ସମସ୍ତେ ଗାଇବେ ମାତୃ ବନ୍ଦନା

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ କ୍ୟାବିନେଟର ମୋହର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେଇଛି ରାଜ୍ୟ କ୍ୟାବିନେଟ୍ । ଦିର୍ଘ ଦିନର ସଂଗ୍ରାମ, ସଂଘର୍ଷ ଓ ଦାବି ଭିତରେ ଶେଷରେ ଓଡିଆ ଜାତିର ସଙ୍ଗୀତକୁ ମିଳିଛି ରାଜ୍ୟ ସଙ୍ଗୀତର ମାନ୍ୟତା । ଉନବିଂଶ ଶତାବ୍ଦୀର ପ୍ରଥମରୁ ଯେତେବେଳେ ଓଡିଆ ମାନଙ୍କୁ ସଂଗଠିତ କରିବା ପାଇଁ ଜାତୀୟତାବୋଧର ଆବଶ୍ୟକତା ଅନୁଭୂତ ହୋଇଥିଲା ଏବଂ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡିଆ ଜାତି ସଂଗ୍ରାମ ଆରମ୍ଭ କରୁଥିଲା ସେତେବେଳେ ଏହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଓଡିଆ ମାନଙ୍କ ମଧ୍ୟରେ ସ୍ୱାଭିମାନ ଓ ଜାତୀୟତାବୋଧ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଇଥିଲା । ଆଜି ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି କୋଟି କୋଟି ଓଡିଆଙ୍କ ପାଇ ଗର୍ବର ବିଷୟ ନିଶ୍ଚୟ।

loading...

Leave A Reply

Your email address will not be published.