Breaking

ରହସ୍ଯମୟ ଶ୍ରୀମନ୍ଦିର ! ଏଭଳି କିଛି କଥା ଯାହା ଆଜି ଯାଏଁ କାହାକୁ ବି ନାହିଁ ଜଣା

0

ଆଜି ଆମେ ଆପଣଙ୍କୁ ସେହିଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଆପଣ ପିଲାଟିବେଳୁ ଶୁଣିଆସୁଛନ୍ତି । ଆମ ରାଜ୍ୟ ପୁରୀ ଜିଲ୍ଲାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର । ଭାରତରେ ଥିବା ସମସ୍ତ ମନ୍ଦିର ପଛରେ ଅନେକ ପ୍ରକାରର ରହସ୍ୟ ରହିଛି । କିନ୍ତୁ ଶ୍ରୀମନ୍ଦିରରେ ଇତିହାସରେ ଲୁଚିରହିଛି ଏପରି କିଛି ଅଦ୍ଭୁତ ରହସ୍ୟ ଯାହା ସମ୍ନାରେ ଫେଲ ମାରିଛି ଅତ୍ୟଧୁନିକ ବିଜ୍ଞାନ। ଆସନ୍ତୁ ଜାଣିବା ଶ୍ରୀମନ୍ଦିର ବିଷୟରେ କିଛି ଅଜଣା ରହସ୍ୟ……

ଶ୍ରୀମନ୍ଦିରରେ ବର୍ଷକ ପ୍ରାୟ ୨୦ ଲକ୍ଷ ଭକ୍ତ ପ୍ରସାଦ ଗ୍ରହଣ କରିଥାନ୍ତି । ଏହାପରେ ମଧ୍ୟ ଏଠାରେ କୌଣସି ପ୍ରକାରର ଅନ୍ନର ଅଭାବ ଘଟିନଥାଏ । ରୋଷେଇଶାଳାରେ ମାଟି ହାଣ୍ଡିରେ ଖାଇବା ପ୍ରସ୍ତୁତ କରାଯିବା ସହ ଖାଦ୍ୟ କେବେ ମଧ୍ୟ ଶେଷ ହୋଇନଥାଏ । କିନ୍ତୁ ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି ପ୍ରତି ଦିନ ପହଡ଼ ପଡ଼ିବା ପରେ ଆପେ ଆପେ ସମସ୍ତ ଖାଦ୍ୟ ଭଣ୍ଡାରରୁ ଖାଲି ହୋଇଯାଇଥାଏ ଏବଂ ପୁନଃ ପରଦିନ ଷାଠିଏ ପଉଟି ମହାପ୍ରସାଦ ହୋଇଥାଏ ।

ମନ୍ଦିରର ଅତ୍ୟନ୍ତ ନିକଟରେ ସମୁଦ୍ର ରହିଥିବା ଯୋଗୁଁ ମନ୍ଦିର ବାହାରେ ଠିଆ ହେବା ମାତ୍ରେ ସମୁଦ୍ର ଲହରୀର ଶବ୍ଦ ଶୁଭିଥାଏ କିନ୍ତୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଏହି ଶବ୍ଦ ଶୁଭାଯାଇନଥାଏ । ଏହାର କାରଣ ଆଜି ପର୍ୟ୍ୟନ୍ତ ବୈଜ୍ଞାନିକ ମଧ୍ୟ ଜାଣି ପାରିନାହାନ୍ତି ।

ଆଜି ପର୍ୟ୍ୟନ୍ତ ମନ୍ଦିର ଉପରେ କୌଣସି ପକ୍ଷୀ କିମ୍ବା ଚଢ଼େଇ ଉଡ଼ୁଥିବାର ଦେଖାଯାଇ ନାହିଁ। ଏହି କାରଣରୁ ଶ୍ରୀମନ୍ଦିର ଉପର ଦେଇ ବିମାନ ଉଡ଼ିବା ମଧ୍ୟ ବନ୍ଦ କରାଯାଇଛି। ଏପରି ମଧ୍ୟ ମାନ୍ୟତା ରହିଛି ଯଦି ଶ୍ରୀମନ୍ଦିର ଉପରେ କୌଣସି ପକ୍ଷୀ ଉଡ଼ୁଥିବା ବା ବସିଥିବା ଦେଖାଯାଏ ତେବେ ଏହା ଅର୍ଥ ଆଗକୁ କିଛି ବିପଦ ଆସିବାର ରହିଛି ।

ଜଗନ୍ନାଥ ମନ୍ଦିରର ବାନାରେ ମଧ୍ୟ ରହିଛି ଏକ ଅଦ୍ଭୁତ ରହସ୍ୟ । ଶ୍ରୀମନ୍ଦିର ବାନା ସର୍ବଦା ପବନ ହେଉଥିବାର ଦିଗର ବିପରୀତ ଦିଗରେ ଉଡ଼ିଥାଏ ।ସବୁଠାରୁ ଖାସ କଥା ହେଉଛି ଏହାକୁ ବଦଳାଉଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ସବୁବେଳେ ଓଲଟା ଚଢ଼ି ମନ୍ଦିର ଉପରକୁ ଯାଇଥାନ୍ତି । ଦୈନିକ ନୀତିରେ ମନ୍ଦିରର ବାନା ପରିବର୍ତ୍ତନ କରାଯାଇଥାଏ ଯଦି ଏହି ନୀତିରେ ବାଧା ହୁଏ ତେବେ ମନ୍ଦିର ପୂରା ୧୮ ବର୍ଷ ପାଇଁ ବନ୍ଦ ହୋଇଯିବ ବୋଲି ମାନ୍ୟତା ରହିଛି।

ସାଧାରଣତଃ ସୂର୍ଯ୍ଯର କିରଣ ପଡ଼ିବା ମାତ୍ରେ ଛାଇ ସୃଷ୍ଟି ହୋଇଥାଏ । କିନ୍ତୁ ମନ୍ଦିରରେ ମୁଣ୍ଡିରେ ଯେତେ ଖରା ପଡ଼ିଥିଲେ ମଧ୍ୟ ଆଜି ଯାଏଁ କେବେ ଛାଇ ସୃଷ୍ଟି ହୋଇନାହିଁ । ଏଥି ସହ ମନ୍ଦିର ମୁଣ୍ଡିରେ ଲାଗିଥିବା ସୁଦର୍ଶନ ଚକ୍ର ମଧ୍ୟ ବହୁ ରହସ୍ୟମୟ ହୋଇଥାଏ । ଏହାକୁ ଯେଉଁ ଦିଗରୁ ଦେଖିଲେ ତାହା ସିଧା ହିଁ ଦେଖାଯାଇଥାଏ ।

ଶ୍ରୀମନ୍ଦିର ପରିସରରେ ରହିଥିବା ଭେଙ୍କେଟେଶ୍ବର ମର୍ତ୍ତିର କେଶ ବାସ୍ତବ କହୁଯାଇଥିବା ବେଳେ ଏଥିରେ ସର୍ବଦା ଏପରି ଚମକ ରହିଥାଏ ବୋଲି କୁହାଯାଇଥାଏ । ଏଥିସହ ଭେଙ୍କେଟେଶ୍ବରଙ୍କ ମୂର୍ତ୍ତିର ପଛ ପାଖକୁ ସ୍ପଶର୍ କଲେ ନରମ ଲାଗିଥାଏ ।

You May Like Here:
            ⇓

loading...

Leave A Reply

Your email address will not be published.