Breaking

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ! ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

0

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ।ଭାରତର ଏହି ପବିତ୍ର ଦିନଟିକୁ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥାଏ ଭଉଣୀ। ଭାଇକୁ ପୂଜା କରିବା ସହ ହାତରେ ପିନ୍ଧାଇ ଦେବ ରାକ୍ଷୀ। ତା’ସହ ଭାଇକୁ ସ୍ନେହରେ ଖୁଆଇଦେବ ନିଜ ସାଙ୍ଗରେ ଆଣିଥିବା ଭଳିକି ଭଳି ମିଠା । ଏମିତି ଏକ ଭାଇ-ଭଉଣୀର ପର୍ବ ଭାରତବାସୀ ପାଳନ କରନ୍ତି ଯାହା ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ନାଁରେ ଜଣାଯାଏ । ଏହି ଦିନ ଭାଇର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ଭଉଣୀ । ଅପରପକ୍ଷରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଭାଇ ଭଉଣୀର ପବିତ୍ର ସଂପର୍କକୁ ଜୀବିତ ରଖିବା ପାଇଁ କାହିଁ କେତେ କାଳରୁ ପାଳନ ହୋଇଆସୁଛି ରକ୍ଷା ବନ୍ଧନ । କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି।

loading...

Leave A Reply

Your email address will not be published.