Breaking

ସମର୍ପିତ ଓଡିଶା ବଢାଉଛି ସହାୟତାର ହାତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କିଛିଦିନ ତଳେ ଗଣମାଧ୍ୟମ ରେ ବାପା ମା ଛେଉଣ୍ଡ ଜେମା ଛତର ବିଷୟରେ ଖବର ପ୍ରକାଶ ପାଇଥିଲା।କିପରି ଚିଙ୍ଗୁଡ଼ି କମ୍ପାନୀ ରେ କାମ କରି ସେ ନିଜେ ଓ ତାର ଦୁଇ ଭାଇଙ୍କୁ ଅଳ୍ପ କିଛି ଟଙ୍କା ପାରିଶ୍ରମିକ ରେ ଚଳାଉଥିଲା।ପେଟରେ ତାର ଟ୍ୟୁମର ଥିଲା, ଏବଂ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା।। ଏହି ବିଷୟ ଗଣମାଧ୍ୟମ ରୁ ଦେଖି ସମର୍ପିତ ଓଡିଶା ର ସଦସ୍ୟ ମାନେ କିଛି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ,ତାର ଭାଇ ପାଇଁ ପାଠ୍ୟ ଉପକରଣଏବଂ କିଛି ଆର୍ଥିକ ସହାୟତା ନେଇ ପହଞ୍ଚିଥିଲେ ଜେମାର ଦୁଇ ଭାଇଙ୍କ ନିକଟରେ। ସମାଜସେବୀ ପ୍ରକାଶ ତ୍ରିପାଠୀଙ୍କ ସହ ସମର୍ପିତ ର ପ୍ରତିଷ୍ଠାତା ସଦାଶିବ ଜେନା, ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ,ସାର୍ଥକ କୁମାର ପରିଡା ,ସଦସ୍ୟ କିଶାନ କୁମାର ସାହୁ,ତୁଷାର ରଞ୍ଜନ ବେହେରା ,ଦୀପକ କୁମାର ନାୟକ, ନଳିନୀକାନ୍ତ ବେହେରା,ସର୍ବେଶ୍ୱର ସାହୁ, ସର୍ବଜୀତ ସାହୁ, ବିଶ୍ୱଜିତ ଲେଙ୍କା, କୃତିଦୀପ୍ତ ପରିଡା,ସୌମେନ୍ଦ୍ର ଲେଙ୍କା, ଓ ସଦସ୍ୟା ଅଲିଭା ମହାନ୍ତି ପ୍ରମୁଖ ଜେମାର ଦୁଇଭାଇ ଙ୍କୁ ଭେଟି ସହାୟତା ପ୍ରଦାନ କରିବା ସହ ଜେମାର ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ।

loading...

Leave A Reply

Your email address will not be published.