Breaking

ମଧୁସ୍ମିତା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜରେ ଆର୍ଟ ଅଫ୍ ଗିଭିଂ ପାଳିତ

0

ଭୁବନେଶ୍ୱର: ଗରିବ ଅସହାୟ ଲୋକମାନଙ୍କ ପାଇଁ ରଜର ମୂଲ୍ୟ କିଛି ନୁହେଁ। ଗୋଟିଏ ପଟେ ଲକ୍ ଡ଼ାଉନ୍ ଚାଲିଥିବା ନେଇ ରୋଜଗାର ମିଳୁନାହିଁ। ଅନ୍ୟପଟେ ପେଟକୁ ଦାନା ମିଳୁନାହିଁ। ଏପରି ସମସ୍ୟା ବିଷୟରେ ଜାଣି ମଧୁସ୍ମିତା ଚାରିଟେବୁଲ ଟ୍ରଷ୍ଟର ସଭ୍ୟମାନେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଚନ୍ଦକା ଅଭୟାରଣ୍ୟ ନିକଟ ଭାଲୁଙ୍କା ଆଦିବାସୀ ଡ଼୍ରେନ୍ ସାହିରେ ପହଞ୍ଚି ଲୋକମାନଙ୍କୁ ଏକ ମାସ ପାଇଁ ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି। ଅସାହାୟଙ୍କୁ ସାହାଯ୍ୟକରି ସେମାନଙ୍କ ମୁହଁରେ ହସ ଫୁଟାଇ ଆର୍ଟ ଅଫ୍ ଗିଭିଂ ପାଳନ କରିଛନ୍ତି ସଭ୍ୟମାନେ । ଉକ୍ତ ଅଞ୍ଚଳରେ ପିଇବା ପାଣି କିମ୍ବା ବିଦ୍ୟୁତ୍ ସୁବିଧା ନଥିବାରୁ ପ୍ରତିପରିବାରକୁ ୧୦ ପକେଟ ମହମବତୀ ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସତ୍ୟଜିତ୍ ରାଉତଙ୍କ ଆହ୍ବାନରେ ଡ଼.ଅରୁପ ମହାପାତ୍ର, ସୁମନ୍ତ କୁମାର ଭୋଇ, ଛବିରାଣୀ ସିଂ ଓ ଡ଼.ସୁଶାନ୍ତ ଦାସ ଉପସ୍ଥିତରହି ବଣ୍ଟନ କାର୍ଯ୍ୟକୁ ପରିଚାଳନା କରିଥିଲେ।

loading...

Leave A Reply

Your email address will not be published.