Breaking

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର

0

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମାସିକ ଆଲୋଚନା ଚକ୍ର ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଠ ଗବେଷକ ଓ ସମାଲୋଚକ ଡ଼ଃ ପ୍ରଦିପ୍ତ କୁମାର ପଣ୍ଡା ସାରଳା ସାହିତ୍ୟରେ ଜଗନ୍ନାଥ ସଂପର୍କରେ ଆଲୋଚନା କରିଥିବା ବେଳେ ଗୋବର୍ଦ୍ଧନ ପୀଠ, ପୁରୀର ପୂର୍ବତନ ମୁଖପାତ୍ର ମନୋଜ କୁମାର ରଥ ଶ୍ରୀମନ୍ଦିର ପରିଚାଳନାରେ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ସଂପର୍କରେ ବିସ୍ତାରି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଭାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ ବିଭାଗ ମୁଖ୍ୟ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିବା ବେଳେ ପ୍ରତିଷ୍ଠାନର ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ଅଳର ଶତାଧିକ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

loading...

Leave A Reply

Your email address will not be published.