Breaking

୧୫ରେ କଳାବ୍ୟାଚ୍ ପିନ୍ଧିବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ

0

“ଓଡ଼ିଶା ପଞ୍ଚାୟତିରାଜ ପ୍ରଶାସନିକ ସେବା” କ୍ୟାଡ଼ର ଗଠନ ହେଉ
ପାଞ୍ଚାୟତିରାଜ ବିଭାଗର ନିଜସ୍ୱ ବିଡ଼ିଓ ପଦବୀ ସୃଷ୍ଟି କରାଯାଉ

ଭୁବନେଶ୍ୱର: ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୂଳ ପଦବୀ ଧରାଯାଇ “ଓଡ଼ିଶା ପଞ୍ଚାୟତିରାଜ ପ୍ରଶାସନିକ ସେବା” କ୍ୟାଡ଼ର ଗଠନ କରାଯାଉ । ଖାଲିଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀର ୫୦% ପଦବୀ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ଚୟନ କରାଯାଇ ପୂରଣ କରାଯାଉ । ପଞ୍ଚାୟତିରାଜ ବିଭାଗର ନିଜସ୍ୱ ବିଡ଼ିଓ ପଦବୀ ସୃଷ୍ଟି କରାଯାଉ । ୫୦% ପଦବୀ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ଚୟନ କରାଯାଇ ପୂରଣ କରାଯାଉ । ଅନ୍ୟ ୫୦% ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଡ଼ିଓ ପଦବୀକୁ ପଦୋନ୍ନତି ଦିଆଯାଉ ବୋଲି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘର ସଭାପତି ନିରୋଦ କୁମାର ସାମଲ ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଦୀର୍ଘ ବର୍ଷ ହେବ ଏହି ଦାବି ହୋଇ ଆସୁଥିଲେ ବି ଏହା ପୂରଣ ହେଉନଥିବାରୁ ଆସନ୍ତା ଡ଼ିସେମ୍ବର ୧୫ରେ ଓଡ଼ିଶାର ସମସ୍ତ ବ୍ଳକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ କଳାବ୍ୟାଚ୍ ପିନ୍ଧିବେ ବୋଲି ଚେତାବନି ଦେଇଛନ୍ତି । ସଭାପତି ଶ୍ରୀ ସାମଲ କହିଥିଲେ ଯେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କର ପାୟତିରାଜ ବିଭାଗରେ ଥିବା ପୁଞ୍ଜୀଭୂତ ଅଭିଜ୍ଞତାକୁ ଅନୁଭବ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୬୧ ମସିହାରେ ଆଡିସ୍‌ନାଲ ବିଡିଓରୁ ବିଡିଓ ପଦବୀକୁ ପଦୋନ୍ନତି ଲାଗି ୨୦% ପଦବୀ (୬୩ଟା) ସଂରକ୍ଷିତ ରଖିଥିଲେ । ସେହି ସମୟରେ ପାୟତିରାଜ ବିଭାଗ ଅଧିକ ଲୋକାଭିମୁଖୀ ଓ କ୍ରିୟାଶୀଳ ହୋଇପାରିଥିଲା । କିନ୍ତୁ ୧୯୯୮-୯୯ ମସିହାରେ କଂଗ୍ରେସ ସରକାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କର ବିଡିଓ ପଦବୀକୁ ପଦୋନ୍ନତିର ବାଟ ବନ୍ଦ କରିଦେଲେ । ପର୍ଯ୍ୟାୟକ୍ରମେ ପାୟତିରାଜ ବିଭାଗରେ ଅନ୍ୟ ବିଭାଗ କର୍ମଚାରୀ ମୁଖ୍ୟତଃ ରାଜସ୍ୱ ବିଭାଗର କର୍ମଚାରୀ ଆସି କାୟା ବିସ୍ତାର କରିବସିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘ ଆପଣମାନଙ୍କ ମାଧ୍ୟମରେ ଜଣାଇଦେବାକୁ ଚାହୁଁଛୁ ଯେ, ପାୟତିରାଜ ବିଭାଗରେ ମୂଳ କର୍ମଚାରୀ ଗ୍ରାମ ପାୟତ ସମ୍ପ୍ରସାରଣ ଅଧିକାରୀ ଭାବରେ ଲେବୁଲ -୯ ରେ ନିଯୁକ୍ତି ଓ ଲେବୁଲ -୧୦ ରେ ଅବସର ନେଉଛନ୍ତି । ଅଥଚ ଲେବୁଲ -୪, ଲେବୁଲ -୫ ଓ ଲେବୁଲ -୯ରେ ଅନ୍ୟ ବିଭାଗରେ ନିଯୁକ୍ତି ପାଉଥିବା କର୍ମଚାରୀ ଯଥା – ଶିକ୍ଷକ, ସ୍ୱାସ୍ଥ୍ୟ କର୍ମଚାରୀ, ଷ୍ଟେନୋ, ଆର.ଆଇ, ଅମିନ, କନିଷ୍ଠ ରାଜସ୍ୱ ସହାୟକ, ଆଇସିଡିଏସ ସୁପରଭାଇଜର ଇତ୍ୟାଦି, ଯେଉଁମାନଙ୍କର ପାୟତିରାଜ ବିଭାଗର କାର୍ଯ୍ୟ ଉପରେ ଆଦୌ ଅଭିଜ୍ଞତା ନାହିଁ, ସରକାର ସେମାନଙ୍କର ପଦୋନ୍ନତି ସୁଯୋଗ ସୃଷ୍ଟି କରି ପାୟତିରାଜ ବିଭାଗରେ ବିଡିଓ ଆସନରେ ଅଳଙ୍କୃତ କରାଯାଉଛି, ଯାହାକି ପ୍ରଶାସନିକ ସେବାର ଗୁଣବାକୁ କ୍ଷୁର୍ଣ୍ଣ କରୁଛି । ସାଧାରଣ ସମ୍ପାଦକ ଜିତେନ୍ଦ୍ରୀୟ ମୁଣ୍ଡା କହିଲେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘ, ପାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସୁଶୀଲ କୁମାର ଲୋହାନୀ, ପ୍ରମୁଖ ଶାସନ ସଚିବ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଏମିତି ଅନେକ ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ଭେଟି ଆମ୍ଭର ଦାବି ଜଣାଇଛୁ । ହେଲେ ସରକାରୀ ବିଭିନ୍ନ ସଂଗଠନର କର୍ମର୍କାଙ୍କୁ ଆନ୍ତ-ମନ୍ତ୍ରୀ ସ୍ତରୀୟ କମିଟିକୁ ଡାକି ସେମାନଙ୍କର ଅଭିଯୋଗ ଶୁଣାଣି କରାଯାଉଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଙ୍ଗଠନକୁ ଏପର୍ଯ୍ୟନ୍ତ ଡାକିନାହାନ୍ତି କି ଅଭିଯୋଗକୁ ବିଚାରକୁ ନେଇନାହାନ୍ତି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.