କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ କଣ୍ଠଦାନ କରିଥିଲେ।
ଓଡିଆ ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । ରୂପ ହୋଇଥିବ ଲବଣ୍ୟବତୀ, ଉଡିଗଲା ଗେଣ୍ଡାଳିଆ, ମୋ ପ୍ରିୟା ଠାରୁ କେହି ଅଧିକ ସୁନ୍ଦରୀ ଭଳି ୧୦୦ରୁ ଅଧିକ ହିଟ ସଙ୍ଗୀତ ସେ ଓଡିଆ ଟେଲିଭିଜନ ଜଗତକୁ ଦେଇଛନ୍ତି । ଏହା ସହ ସେ ଅନେକ ଭଜନ ମଧ୍ୟ ଗାଇଛନ୍ତି ।କଣ୍ଠଶିଳ୍ପୀ ଚିତ୍ତଜେନାଙ୍କ ପରଲୋକରେ ଓଡ଼ିଶା ସଙ୍ଗୀତ ଜଗତର ଅପୁରଣୀୟ କ୍ଷତି ଘଟିଲା ବୋଲି ମତ ପ୍ରକାଶ ପାଇଛି।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’