Breaking

ସ୍ପୋର୍ଟ୍ସ ହବ୍‌ ହେବ ଓଡ଼ିଶା : କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୬ଟି ଶିଳ୍ପ ସଂସ୍ଥା ସହ ଏମ୍‌ଓୟୁ ସ୍ବାକ୍ଷରିତ

0

ଭୁବନେଶ୍ୱର:ଆସନ୍ତା ୨୮ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱ କପ୍ ପ୍ରତିଯୋଗିତାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପର ଟ୍ରଫିକୁ ସୋମବାର ଉନ୍ମୋଚନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୬ଟି ଶିଳ୍ପ ସଂସ୍ଥା ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । ଫଳରେ ଫୁଟବଲ୍‌ରୁ ହକି, ସୁଇମିଂରୁ ସୁଟିଂ, ଆଥଲେଟିକ୍ସରୁ ବ୍ୟାଡମିଣ୍ଟନ୍‌ ଆଦି ଖେଳକୁ ପ୍ରୋତ୍ସାହନ ମିଳିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଖେଳ, ଉତ୍କର୍ଷତା ପାଇଁ ଭାଗିଦାରୀ ସୃଷ୍ଟି କରିବା କାର୍ଯ୍ୟକ୍ରମରେ ଦେଶର ୬ଟି ପ୍ରମୁଖ ଶିଳ୍ପାନୁଷ୍ଠାନ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସାକ୍ଷର କରିଛନ୍ତି । ଆର୍ଥଲେଟିକସ୍‌ର ପ୍ରୟୋଜକ ହେବ ରିଲାଏନ୍ସ ଗୁ୍ରପ । ଫୁଟବଲ ଓ ସ୍ୱିମିଂ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ, ବ୍ୟାଡମିଣ୍ଟନ ପାଇଁ ଡାଲମିଆଁ ଗ୍ରୁପ ।

ଭାରୋତ୍ତୋଳନ ପାଇଁ ଆଲୁଓ୍ଵାଲିଆ ଗ୍ରୁପ, ସୁଟିଂ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ହକି ପାଇଁ ଟାଟା ଗ୍ରୁପ ପ୍ରଯୋଜକ ହୋଇଛନ୍ତି । ଏହି ଅବସରରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ, ସୁଟର ଗଗନ ନାରଙ୍ଗ ଓ ବ୍ୟାଡମିଣ୍ଟନ କୋଚ ପି.ଗୋପୀଚାନ୍ଦ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ସମେତ ବିଭାଗୀୟ ସଚିବ, ନିର୍ଦ୍ଦେଶକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.