Breaking

ଫ୍ଲିପକାର୍ଟ ର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ

0

ବାଙ୍ଗାଲୁରୁ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା ଗ୍ରୁପ ସିଇଓ ବିନ୍ନି ବନସଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ସ୍ତରରେ ଦୁର୍ବ୍ୟବହାର ପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।ବିନ୍ନିଙ୍କ ଉପରେ ଲାଗିଥିବା ଦୁର୍ବ୍ୟବହାର ଅଭିଯୋଗର ଯାହାର ଯାଞ୍ଚ ଜାରି ରହିଥିଲା ବୋଲି ୱାଲମାର୍ଟ ପକ୍ଷରୁ ଜରି କରାଯାଇଥିବା ବୟାନରେ କୁହାଯାଇଛି ।

୨୦୧୮ ମେ ୯ରେ ଓ୍ଵାଲମାର୍ଟ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶ କିଣିଥିଲା । ତେବେ ଓ୍ଵାଲମାର୍ଟ ଦ୍ଵାରା ଫ୍ଲିପକାର୍ଟର ଅଧିଗ୍ରହଣ ହେବାର ୬ ମାସରୁ କମ ସମୟ ମଧ୍ୟରେ ବିନ୍ନି କମ୍ପାନୀକୁ କହିଛନ୍ତି ଅଲବିଦା । ମାତ୍ର ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ଯେ ନିଜ ପଦରୁ ଇସ୍ତଫା ଦେବା ପରେ ବିନ୍ନି କମ୍ପାନୀର ବୋର୍ଡ ସଦସ୍ୟ ପଦରେ ରହିବେ କି ନାହିଁ।

loading...

Leave A Reply

Your email address will not be published.