Breaking

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ଯଟକଙ୍କ ପାଇଁ ଯାତ୍ରୀ ନିବାସରେ ରାତ୍ରୀ ଯାପନ ବ୍ୟବସ୍ଥା

0

ମୟୁରଭଞ୍ଜ:ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ଆଜିଠାରୁ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ବଣଭୋଜି କରି ମଧ୍ୟ ଆନନ୍ଦ ଉଠାଇପାରିବେ ।ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ପାଇଁ ବାରିପଦାର ପିଠାବଟା ଓ ଯଶିପୁର କାଣିଆଣ ବୁକିଂ କାଉଣ୍ଟରରେ ଅନୁମତି ପତ୍ର ମିଳିପାରିବ । ପ୍ରତିଦିନ ୨୫ଟି ଯାନ ପିଠାବଟା ଫାଟକ ଦେଇ ପ୍ରବେଶ କରିବାକୁ ଥିବା ବେଳେ ଯଶିପୁର କାଳିଆଣି ଫାଟକ ଦେଇ ୩୫ଟି ଯାନ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରପାରିବ । ତେବେ ପର୍ଯ୍ୟଟକଙ୍କ ପାଇଁ ରାତ୍ରିଯାପନର ବ୍ୟବସ୍ଥା ମଧ୍ୟ ରହିଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଅଗ୍ରିମ ବୁକିଂ କରିବାକୁ ପଡିବ । ଅନ୍ୟପଟେ ଚଳିତ ବର୍ଷ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି ।ପର୍ଯ୍ୟଟକମାନେ ବୁଲାବୁଲି କରି ସାରିବା ପରେ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡିବ ବୋଲି ନିୟମ ହୋଇଛି । ତେବେ ଯେଉଁମାନେ ରାତ୍ରୀଯାପନ କରିବେ ସେମାନେ ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଜରୁରୀ ।

loading...

Leave A Reply

Your email address will not be published.