Breaking

ବାଣ ଭିଡିବା ହେଲା କାଳ : ବିସ୍ଫୋରଣରେ ଅକାଳରେ ଚାଲିଗଲା ଦମ୍ପତିଙ୍କ ଜୀବନ

0

ଭୁବନେଶ୍ୱର:ବାଣ ଭିଡିବା ହେଲା କାଳ । ଅକାଳରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବନମାଳିପୁର ଅଂଚଳରେ । ମିଳିଥିବା ସୂଚନା ଅନୁଯାୟୀ, ଜ୍ଞାନେନ୍ଦ୍ର ମିଶ୍ର (୪୦ ବର୍ଷ) ଓ ତାଙ୍କ ପତ୍ନୀ ଝୁନି ମିଶ୍ର(୩୫ ବର୍ଷ)ଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଉଭୟ ସ୍ୱାମୀସ୍ତ୍ରୀ ଘର ଭିତରକୁ ଯିବା ମାତ୍ରେ ବିସ୍ଫୋରଣ ଘଟିଥିବାରୁ ସମ୍ଭବତଃ ଯେଉଁ ଘରେ ବାଣ ମହଜୁଦ ରଖାଯାଇଥିଲା ,ସେହି ଘରେ ସର୍ଟ ସର୍କିଟ ହେବାରୁ ଏହି ବିସ୍ଫୋରଣ ଘଟିଛି। ସୌଭାଗ୍ୟକୁ ମୃତ ଦମ୍ପତ୍ତିଙ୍କ ଦୁଇ ପୁଅ ସ୍କୁଲ ଯାଇଥିିବାରୁ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏହି ବିସ୍ଫୋରଣରେ ପଡୋଶୀ ଜିତେନ୍ଦ୍ର ମିଶ୍ରଙ୍କ ୩ ବଖରା କୋଠା ଘରର ଛାତ ଉଡିଯାଇଛିି।ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ କିଛି କ୍ଷଣରେ ସେହି ସ୍ଥାନ ଖିନଭିନ ହୋଇ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ବାଣ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିିବାରୁ ଦମକଳ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଚଳାଇଛନ୍ତି।

loading...

Leave A Reply

Your email address will not be published.