Breaking

ଆଜିଠାରୁ ପ୍ଲାଷ୍ଟିକ୍‌ ବ୍ୟବହାର ମନା : ପଲିଥିନ୍ ବ୍ୟାନ୍‌କୁ ନ ମାନିଲେ ଗଣିବେ ଜରିମାନା

0

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି।ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ଏଥିପାଇଁ ଦିଆଯାଇଥିବା ଡେଡ୍‌ ଲାଇନ୍‌ ଗତକାଲିଠାରୁ ପୂରଣ ହୋଇସାରିଛି । ତେଣୁ ଆଜିଠାରୁ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ ବୋଲି ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗେସନ କହିଛନ୍ତି ।
ଏଥିପାଇଁ ଛୋଟ ବଡ଼ ଦୋକାନ, ଗୋଦାମ, ଶିଳ୍ପାନୁଷ୍ଠାନ ଆଦିଙ୍କୁ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ପ୍ଲାଷ୍ଟିକ, ଚା କପ୍‌, କ୍ୟାରି ବ୍ୟାଗ୍‌, ପଲିଥିନ୍‌ ସାରିବାକୁ ମାସେ ସମୟ ଦିଆଯାଇଥିଲା। ଆଜି ସେହି ସମୟ ସରିଛି। ଏଣିକି ଯେ କେହି ବ୍ୟକ୍ତି ଯେ କୌଣସି ପ୍ରକାରେ ପ୍ଲାଷ୍ଟିକ୍‌ ବ୍ୟବହାର କଲେ, ଘୋଷଣା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖିଲାପକାରୀଙ୍କ ବିରୁଦ୍ଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି ବୋଲି ପରିବେଶ ନିର୍ଦେଶକ କହିଛନ୍ତି। ପରବର୍ତୀ ଉଲ୍ଲଂଘନ ପାଇଁ ଜରିମାନା ଓ ଜେଲ୍‌ଦଣ୍ଡ ଅବଧି ଅଧିକ ରହିଛି।ସେହିପରି ଦୋକାନରେ ଯେଉଁମାନେ ବିକ୍ରି କରୁଛନ୍ତି ସେମାନଙ୍କୁ ୩/୫/୭ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଶ୍ରୀ ମୁରୁଗେସନ କହିଥିଲେ । ତେବେ ଏହାରି ମଧ୍ୟରେ ୫୦ ପ୍ରତିଶତ ପଲିଥିନ୍‌ ବ୍ୟବହାର କମିଥିବା ସେ ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ପେପର୍‌ ଓ କପଡ଼ା ବ୍ୟାଗ ମଧ୍ୟ ବ୍ୟବହାର କରାଯାଉଥିବା ସେ ସୂଚନା ଦେଇଥିଲେ ।

loading...

Leave A Reply

Your email address will not be published.