ଭୁବନେଶ୍ବର:ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ତାର ୩୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଅଛି । ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ୧୮ ତାରିଖ ଦିନ ଆନୁଷ୍ଠାନିକ ଭାବେ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର କ୍ରିଡା ଶିକ୍ଷକ ଅଶୋକ କୁମାର ରାଉତରାୟ ଶିକ୍ଷକ ମାନଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜି ଉଦ୍ଯାପନି ଉତ୍ସବରେ ଶ୍ରୀ ମଧୁସୁଦନ ପାଢୀ ରାଜ୍ୟପାଳଙ୍କ ମୁଖ୍ୟ ଶାସନ ସଚିବ ଏବଂ ଶ୍ରୀଯୁକ୍ତ କୃଷ୍ନ ରଞନ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ପାଢୀ ତାଙ୍କ ଭାଷଣରେ ଶାରିରୀକ ଶିକ୍ଷା କିପରି ପିଲାମାନଙ୍କର କିପରି ଶାରୀରିକ, ମାନସିକ ଏବଂ ନୈତିକ ଗୁଣବଳୀ ବିକାଶରେ ସହାୟକ ହୁଏ ସେ ବିଷୟରେ କହିଥିଲେ । ଶ୍ରୀଯୁକ୍ତ ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂପାଦକ ସ୍ୱାମୀ ଶିବଚିଦାନନ୍ଦ ମହାରାଜ କ୍ରିଡା ମାଧ୍ୟମରେ ଦେଶ ଏବଂ ଜାତିର ସେବା କରିବା ପାଇଁ କହିଥିଲେ । ଏହି ଉତ୍ସବରେ ଜଗନ୍ନାଥ ସଂସ୍କୃତିର ପ୍ରତିଷ୍ଠାତା ଶ୍ରୀ ଗୋପିନାଥ ମହାନ୍ତି ଦାସ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ଏସ୍ ଦାସ , ଗୈାରହରି ମିଶ୍ର ବିଜୟ କୁମାର ମହାନ୍ତି , କଶାନଲାଲ ଅଗ୍ରବାଲ ଏବଂ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସିନିୟର ବିଭାଗରେ ବାଦଲ କୁମାର ପ୍ରଧାନ ଏବଂ ଦେବାଶିଷ ମହନ୍ତ ଯୁଗ୍ମ ଚମ୍ପିୟନ ହୋଇଥିବା ବେଳେ ଯଶୋବନ୍ତ ମୁଣ୍ଡା ଜୁନିୟର ବିଭାଗରେ ଚମ୍ପିୟନ ହୋଇଥିଲେ । ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।
ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Breaking
Navadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in Odisha