Breaking

ୟୁନିସେଫ୍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଶୈଶବର ଯତ୍ନ ଓ ବିକାଶରେ ନିବେସ ପିଲାଙ୍କର ଉଜ୍ୱଳ ଭବିଷ୍ୟତ ନିର୍ଦ୍ଧାରିତ କରେ:ବିଶେଷଜ୍ଞ

0

ଭୁବନେଶ୍ୱର: ଗବେଷଣାରୁ ଜଣାପଡେ ଯେ ପିଲାଙ୍କର ଶୈଶବ ସେମାନଙ୍କର ମସ୍ତିଷ୍କର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ପିଲାମାନଙ୍କର ବୃଦ୍ଧି ତାଙ୍କର ମସ୍ତଷ୍କର ବ୍ଲପ୍ରିଣ୍ଟ ତିଆରିରେ ସହାୟକ ହୋଇଥିବା ବେଳେ, ସୋମାନେ ବଢୁଥିବା ବାତାବରଣ ଓ ପରିବେଶର ଗ୍ରହଣ କରୁଥିବା ଅଭିଜ୍ଞତା ତାଙ୍କର ମସ୍ତିଷ୍କର ଆକାର ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶୈଶବର ଏହି ସୋପାନର ଯତ୍ନ ଓ ବିକାଶରେ ନିବେସ ପିଲାଙ୍କର ଉଜ୍ୱଳ ଭବିଷ୍ୟତ ନିର୍ଦ୍ଧାରିତ କରେ ।
ଆଗୁଆ ଶୈଶବର ବିକାଶର ଗୂରୁତ୍ୱକୁ ଧ୍ୟାନରେ ରଖି ଆଜି ଭୁବନେଶ୍ୱର ଠାରେ ୟୁନିସେଫ୍ ପକ୍ଷରୁ ରାଜ୍ୟ ସ୍ତରର ଏକ ସମ୍ବାଦିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ ଦିଲ୍ଲୀ ସ୍ଥିତ ଜୱାହରଲାଲ୍ ନେହେରୁ ୟୁନିଭର୍ସିଟିର ସାଇକୋଲୋଜି ବିଭାଗର ଅବସର ପ୍ରାପ୍ତ ପ୍ରଫେସର (ଡକ୍ଟର) ଅଜିତ କୁମାର ମହାନ୍ତି, ଉକ୍ରଳ ୟୁନିଭର୍ସିଟିର ସାଇକୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତି ପଟ୍ଟନାୟକ, ୟୁନିସେଫ ଓଡିଶାର ଏଜୁକେସନ ସ୍ପେସାଲିଷ୍ଟ ତଥା ଅଫିସର୍-ଅନ୍-ଚାର୍ଜ ଲଳିତା ପଟ୍ଟନାୟକ ଓ ୟୁନିସେଫ ଓଡିଶାର କମ୍ୟୁନିକେସନ୍ ସ୍ପେସାଲିଷ୍ଟ ଅଲ୍କା ଗୁପ୍ତା ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଧ୍ୟାନ ଆକର୍ଷଣ କରି ଲଳିତା ପଟ୍ଟନାୟକ କହିଥିଲେ, “ଯେଉଁ ପିଲାମାନେ ସୁସ୍ଥ ଓ ଶିକ୍ଷିତ, ସ୍ନେହ ଓ ସୁରକ୍ଷିତ ବାତାବରଣରେ ବଢନ୍ତି, ସେମାନେ ସାଧାରଣ ରୂପେ ଅଧିକ ଦାୟିତ୍ୱ ସମ୍ପନ୍ନ, ଚାଲାକ୍ କିଶୋର/କିଶୋରୀ ହୋଇଥାନ୍ତି । କିନ୍ତୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଶିଶୁ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ, ପୋଷଣର ଅଭାବ ତଥା ବାତାବରଣ ଓ ପରିବେଶ ଦ୍ୱାରା ଅନେକ ମାତ୍ରରେ ପ୍ରଭାବିତ ହେଉଛନ୍ତି । ପିଲାର ଶୈଶବରେ ନିବେସ ପାଇଁ ଅଭିଭାବକ, ସରକାର, ସିଭିଲ୍ ସୋସାଇଟି ତଥା ଘରୋଇ କ୍ଷେତ୍ର ପକ୍ଷରୁ ଅନେକ ଶୃଙ୍ଖଳାମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ।”
ପ୍ରଫେସର (ଡକ୍ଟର) ଅଜିତ କୁମାର ମହାନ୍ତି କହିଥିଲେ, ପିଲାମାନଙ୍କର ଜନ୍ମ ଠଆରୁ ଆରମ୍ଭ କରି ୮ବର୍ଷ ପର୍ଯ୍ୟନ୍ତ ହେଉଛି ମସ୍ତିଷ୍କର ବିକାଶ ଦୃତ ଭାବେ ହୋଇଥାଏ । ଗବେଷଣାରୁ ଜଣାପଡେ ଯେ ଏହି ସମୟରେ ପିଲାଙ୍କୁ ସଠିକ୍ ପୋଷଣ, ସ୍ୱାସ୍ଥ୍ୟର ଆବଶ୍ୟକତା ଥିବା ସହିତ ଉତମ ବାତାବରଣ, ପରିବେଶ ତଥା ଘରୋଇ ହିଂସା, ଅପବ୍ୟବହାର ଓ ଅବହେଳାରୁ ସୁରକ୍ଷା ମଧ୍ୟ ଆବଶ୍ୟକତା ଥାଏ । ଅପବ୍ୟବହାରର ଶିକାର ତଥା ଅବହେଳିତ ଶିଶୁ ମାନସିକ ରୂପେ ଧୀର ହେବାର ଅଧିକ ଆଶଙ୍କା ଥାଏ । ଦାରିଦ୍ରତା ଏବଂ ପୋଷଣର ଅଭାବ ଶିଶୁର ସୁସ୍ଥ ଓ ବିକାଶଶୀଳ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।”
ପ୍ରଫେସର ଭାସ୍ୱତୀ ପଟ୍ଟନାୟକ ଜ୍ଞାନ ପରିଚାଳନାର ମହତ୍ୱ ସମ୍ପର୍କରେ ଅବଗତ କରାଇ କହିଲେ, “ଶୈଶବର ବିକାଶକୁ ବୁଝିବା ନିମନ୍ତେ ଜ୍ଞାନ ପରିଚାଳନାର ଏବଂ ତଥ୍ୟ ଗଢିବାରେ ହସ୍ତକ୍ଷେପ ଏକ ଜଟିଳ ପ୍ରକ୍ରିୟା ଅଟେ । ଏହାର ଗୂରୁତ୍ୱକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ବିଭାଗ ଏଥିନିମନ୍ତେ ଯଥେଷ୍ଟ ପ୍ରୟାସ ଓ ସହଯୋଗ କରିଅଛି ।”
କୌଣସି ଦେଶର ଦୀର୍ଘକାଳୀନ ଆର୍ଥିକ ବିକାଶ ସେମାନଙ୍କର ଯୁବପିଢି ତଥା ସେମାନଙ୍କର ପିଲାଙ୍କ ଉପରେ ନିର୍ଭରଶୀଳ ଅଟେ । ପିଲାଙ୍କର ଏହି ପ୍ରାରମ୍ଭିକ ସମୟରେ ଅବହେଳା, ଖରାପ ସ୍ୱାସ୍ଥ୍ୟ, ଶିଖିବାର କ୍ଷମତା ହ୍ରାସ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କଲ୍ୟାଣଜନକ ସେବା ଉପରେ କୁପ୍ରଭାବ ପକାଇଥାଏ । ଯାହାକି ଶିଶୁଙ୍କର ବିକାଶଚକ୍ରରେ ଅସମାନତା ବୃଦ୍ଧିି କରିଥାଏ ।

loading...

Leave A Reply

Your email address will not be published.