Breaking

ହକି ବିଶ୍ୱକପ୍‌ରେ ସାମିଲ ହେବେ କିଙ୍ଗ ଖାନ୍‌ : ଟ୍ୱିଟରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ଭାରତୀୟ ହକି ଟିମକୁ ଉତ୍ସାହ ଯୋଗାଇବାକୁ ଓଡ଼ିଶା ଆସିବେ ବଲିଉଡ ବାଦଶାହା ଶାହରୁଖ ଖାନ୍ । ଭୁବନେଶ୍ବରରେ ହକି ବିଶ୍ୱକପର ଉଦଘାଟନୀ ସମାରୋହରେ ଶାହାରୁଖ ଯୋଗ ଦେବେ ବୋଲି ଟୁଇଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୭ ତାରିଖରେ ଉଦଘାଟନୀ ଉତ୍ସବରେ ଶାହାରୁଖ ଯୋଗ ଦେବେ । ୨୦୧୮ ହକି ବିଶ୍ୱକପ୍‌ରେ ସାମିଲ ହେବାକୁ ଶାହାରୁଖଙ୍କୁ ଆମନ୍ତ୍ରଣ କରିଥିଲେ ମନପ୍ରୀତ ସିଂହ । ଏହାପରେ କିଙ୍ଗ ଖାନ୍‌ ଟ୍ଵିଟ୍‌ କରି ଜଣାଇଛନ୍ତି ଯେ, ସେ ଓଡ଼ିଶା ଆସୁଛନ୍ତି । ତେବେ ଜଣାଇବାରେ ଟିକେ ବିଳମ୍ବ ହୋଇଗଲା । ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଶାହାରୁଖ । ଶାହାରୁଖ ଲେଖିଛନ୍ତି, ହକି ପାଇଁ ତାଙ୍କ ହୃଦୟରେ କମ୍ପନ ହେଉଛି । ଏହାସହ ଶାହାରୁଖ ଟିମ ଇଣ୍ଡିଆକୁ ହକି ବିଶ୍ୱକପ ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ କହିଛନ୍ତି । ହକି ଭାରତର ଗର୍ବ ଓ ଗୌରବ । ତେଣୁ ହକି ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି କିଙ୍ଗ୍ ଖାନ ।

loading...

Leave A Reply

Your email address will not be published.