Breaking

ଆସୁଛି ବାତ୍ୟା ‘ତିତଲି’ : ୧୦ରୁ ଓଡିଶାରେ ପ୍ରବଳ ବର୍ଷିବ

0

ଭୁବନେଶ୍ବର :ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଥିବା ବେଳେ ଆସନ୍ତାକାନ୍ତି ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଅବପାତ ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଏହା ଏବେ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମୁହାଁ ହେଉଛି। ଫଳରେ ଆସନ୍ତା ଅକ୍ଟୋବର ୧୦ ତାରିଖ ସୁଦ୍ଧା ଗଭୀର ଅବପାତ ବାତ୍ୟାରେ ପରିଣତ ହେବ ଓ ୧୧ ତାରିଖ ସକାଳେ ବାତ୍ୟା ଉପକୂଳ ଛଇଁବା ସମ୍ଭାବନା ରହିଥିବା ଆଇଏମଡିର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ତାହା କାଲି ସ୍ପଷ୍ଟ ହେବାକୁ ଥିବା ବେଳେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି । ଏହା ସହ ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପାଇଁ ଛୁଟି ମଧ୍ୟ ବାତିଲ ହୋଇଛି ।

loading...

Leave A Reply

Your email address will not be published.