Breaking

ଲୋୟର ପିଏମଜିରେ କୁଡୁମୀ ସେନା ଓ ପୁଲିସ ଧସ୍ତାଧସ୍ତି

0

ଭୁବନେଶ୍ୱର : ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି କୁଡ଼ୁମୀ ସେନା ପକ୍ଷରୁ ଲୋୟର ପିଏମଜିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୋଲିସ ଓ କୁଡ଼ୁମୀ ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କୁଡୁମୀ ସେନାର ସଭାପତିଙ୍କୁ ପୋଲିସ ଜୋର ଜବରଦସ୍ତ ନେଇଯାଉଥିବା ବେଳ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଦାବି ପୂରଣ ନକରାଗଲେ ଆଗକୁ ଆନ୍ଦୋଳନ ତାବ୍ର ହେବ।ହଜାର ହାଜର କୁଡୁମୀ ସେନାଙ୍କୁ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଛି ।ରାଜ୍ୟରେ ୨୫ ଲକ୍ଷରୁ ଅଧିକ କୁଡୁମୀ ସଂପ୍ରଦାୟର ଲୋକ ଅଛନ୍ତି । ଅନୁସୂଚିତ ଜାତିରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଏମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ।

loading...

Leave A Reply

Your email address will not be published.