Breaking

ଭଡ଼ାରେ ମିଳିବେ ଅନ୍ତିମ ସଂସ୍କାରରେ କାନ୍ଦିବା ଲୋକ

0

ନ୍ୟୁୟର୍କ: ପ୍ରିୟଜନଙ୍କ ମୃତ୍ୟୁରେ ଦୁଃଖରେ ମ୍ରିୟମାଣ ହୋଇ ଅନେକ କାନ୍ଦିଥାନ୍ତି। କିନ୍ତୁ ଏଣିକି ଏଥିପାଇଁ ଭଡାରେ ଅନ୍‌ଲାଇନ୍‌ରେ କାନ୍ଦିବା ପାଇଁ ଲୋକଙ୍କୁ ବୁକ୍‌ କରିହେବ। ତାଇଓ୍ବାନ୍‌ରେ ଏଭଳି କାମ ପାଇଁ ଦିନକୁ ଭଡାରେ ଆସୁଥିବା କାନ୍ଦିବା ଲୋକ ୪୫ ପାଉଣ୍ଡ ପାରିଶ୍ରମିକ ନେଇଥାନ୍ତି। ଏସିଆ ଓ ମଧ୍ୟପ୍ରାଚ୍ୟରେ ଏଭଳି ପେଶାଦାରଙ୍କ କାରବାର ଭଲ ଚାଲିଥାଏ। ୧୮୭୭ ମସିହା ବେଳକୁ ଚାଇନାରେ ଏଭଳି ପେଶାଦାର ଚାହିଦା ଅଧିକ ଥିଲା। ରାଜ ପରିବାରର ଲୋକଙ୍କ ମୃତ୍ୟୁରେ ସେମାନଙ୍କୁ ଡକାଯାଉଥିଲା। ସେମାନେ ଛାତିକୁ ପିଟି ବାଡେଇଛାଟି ହୋଇ ପିନ୍ଧା ବସ୍ତ୍ର ଚିରି କାନ୍ଦି କାନ୍ଦି ନୃତ୍ୟ କରୁଥିଲେ। ପରିବର୍ତ୍ତୀ ସମୟରେ ଏହା ଏକ ପରମ୍ପରା ପାଲଟି ଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ଲୋକପ୍ରିୟତା ହାସଲ କରିଥିଲା। ବ୍ରିଟେନ୍‌ରେ ଆଭିଜାତ୍ୟପୂର୍ଣ୍ଣ ରାଜ ପରିବାରରେ କାନ୍ଦିବା ଅଥବା ମ୍ରିୟମାଣ ହେବା ସମ୍ମାନହାନୀର ସୂଚକ ଭାବେ ଗ୍ରହଣ କରାଯାଉଥିଲା। ତେଣୁ ରାଜ ପରିବାର ସଦସ୍ୟଙ୍କ ମୃତ୍ୟୁରେ ହୃଦୟ ବିଦାରକ କାନ୍ଦିବା ଅଭିନୟ ପ୍ରଦର୍ଶନ କରୁଥିବା ପେଶାଦାରଙ୍କୁ ଚଢ଼ା ମଜୁରୀରେ ଡକା ଯାଉଥିଲା। କାଳକ୍ରମେ ଏଭଳି ପେଶାଦାରଙ୍କର ଏକ ସମ୍ପ୍ରଦାୟ ସୃଷ୍ଟି ହୋଇଥିଲା। ଏବେ ଗୁଗୁଲ୍‌ ପ୍ଲସ୍‌ ଏଭଳି ୫୭ ଜଣ ଅନ୍ତର୍ଜାତୀୟସ୍ତରର ପେଶାଦାରଙ୍କ ଇ-ମେଲ୍‌ ଶେୟାର କରିଛି। ସେମାନଙ୍କର ଏକ ସ୍ବତନ୍ତ୍ର ଓ୍ବେବସାଇଟ୍‌ ରହିଛି। ଓ୍ବେବସାଇଟ୍‌ରେ ସେମାନେ ଦିନ ପିଛା କେତେ ଭଡା ନେଉଛନ୍ତି ତାହା ସୂଚିତ କରାଯାଇଛି। ଗ୍ରାହକ ସେମାନଙ୍କର ପସନ୍ଦ ଓ ରେଟିଂ ଅନୁସାରେ ଏଭଳି ପେଶାଦାରଙ୍କୁ ବୁକ୍‌ କରିପାରିବେ।

You May Like Here:

            ⇓

loading...

Leave A Reply

Your email address will not be published.