ଭୁବନେଶ୍ୱର: ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦେବୁ ବୋଷ ।ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଦେବୁ ବୋଷଙ୍କ ପରଲୋକରେ ବାପ ଛେଉଁଣ୍ଡ ହୋଇଯାଇଛି ଓଡ଼ିଆ ସିନେ ଜଗତ । ଏହି ପ୍ରବୀଣ ଅଭିନେତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଛି ।ଫିଲ୍ମ ତପସ୍ୟାରୁ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ଦେବୁ ବୋଷ ନିଜ ଜୀବନ କାଳରେ ଶତାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଓଡ଼ିଆ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରି ନିଆରା ପରିଚୟ ସୃଷ୍ଟି କରିଥିଲେ।ଓଲିଉଡ଼ ଜଗତରେ ବାପା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ଯେକୌଣସି ଚରିତ୍ରକୁ ସେ ବେଶ୍ ଜୀବନ୍ତ କରିଦେଉଥିଲେ ।ଦେବୁ ବୋଷଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖଳିଯାଇଛି ।
Breaking
ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର୧୫ରେ କଳାବ୍ୟାଚ୍ ପିନ୍ଧିବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀShri Dharmendra Pradhan felicitates 26 Vishwakarma Gurus across 18 trades at a Samman Samaroh in Bhubaneswarଲଣ୍ଡନ ହାଉସ ଅଫ ଲର୍ଡସ ରେ ରୋଜାଲିନଙ୍କ ବକ୍ତବ୍ୟଲଣ୍ଡନ ହାଉସ ଅଫ ଲର୍ଡସ ରେ ରୋଜାଲିନଙ୍କ ବକ୍ତବ୍ୟଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ଶରତ ଉତ୍ସବ