Breaking

ରାଜଧାନୀରେ ପୁଣି ହତ୍ୟା ! ହୋଟେଲରେ ଯୁବତୀଙ୍କୁ ହତ୍ୟା କରି ଯୁବକ ଫେରାର

0

ଭୁବନେଶ୍ବର:ଆଜି ମଞ୍ଚେଶ୍ୱର ଥାନା ନିକଟରେ ଥିବା ହୋଟେଲ ହାଇେଓ୍ଵ ଇନ୍‌ରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁୁବୁଡ଼ୁ ମୃତଦେହ ମିଳିଛି। ତାଙ୍କ ମୁଣ୍ଡକୁ ଛୁରିରେ ଭୁସିି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଯୁବତୀଙ୍କ ପୁରୁଷ ବନ୍ଧୁ ଫେରାର ହେଇଯାଇଛି।ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଅରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ହୋଟେଲ ହାଇେଓ୍ଵ ଇନ୍‌ରେ ଆଦିତ୍ୟ ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଆସି ରହିଥିଲେ। ଗତକାଲି ଉଭୟ ବାହାରକୁ ବୁଲିବାକୁ ଯାଇ ମଧ୍ୟାହ୍ନ ବେଳେ ଫେରିଥିଲେ। ହେଟେଲ କର୍ମଚାରୀ ୩ ଦିନହୋଇ ଯାଇଥିବାରୁ ରୁମ୍‌ ଭଡ଼ା ଡିପୋଜିଟ୍‌ କରିବାକୁ କହିଥିଲେ।ଆଦିତ୍ୟ ଟଙ୍କା ଆଣିବାକୁ କହି କୁଆଡେ ପଳାଇ ଯାଇଥିଲେ।ଆଦିତ୍ୟ ନ ଆସିବାରୁ ହୋଟେଲ କର୍ମଚାରିଙ୍କ ସନ୍ଦେହ ହେଇଥିଲା।ସେ ଆସି ରୁମ୍ ଆସି ଦେଖିଥିଲେ ,ରୁମ୍ ବାହାର ପଟୁ ତାଲା ପଡିଥିଲା।ରୁମର କବାଟ ପାଖରେ ରକ୍ତ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଆସି କବାଟ ଭାଙ୍ଗିଥିଲା।କବାଟ ଖୋଲିିବା ପରେ ଭିତରେ ଲକ୍ଷ୍ମୀପି୍ରୟାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଛନ୍ତି।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ ଭିନ୍ କରୁଛି।

loading...

Leave A Reply

Your email address will not be published.