Breaking

ତିତିଲି ବାତ୍ୟା କୁ ମାସେ ପୂରିଲା : ଏବେ ବି ସୁଧୁରିନି ଗଜପତି ଜିଲ୍ଲାର ମାଡବା ଗାଁ ଅବସ୍ଥା

ସମାଜର ଦର୍ପଣ ତରଫରୁ ବାତ୍ୟା ପ୍ରଭାବିତ ଲୋକଙ୍କୁ କମ୍ବଳ ଓ ପୋଷାକ ବଣ୍ଟନ

0

ଗଜପତି(ଗୋବର୍ଦ୍ଧନ ପଣ୍ଡା):ଆଜି ବି ସୁଧୁରିନି ଅବସ୍ଥା । ରାସ୍ତାଘାଟ ବି ଅତ୍ୟନ୍ତ ସଂକଟାପନ୍ନ । ତିତିଲି ବାତ୍ୟାର ଦୀର୍ଘ ଏକ ମାସ ପରେ ବି ବାହ୍ୟ ଜଗତରୁ ବିଛିନ୍ନ ଗଜପତି ଜିଲ୍ଲାର ମାଡବା ଗାଁ । ମହେନ୍ଦ୍ରଗିରୀ ପାହାଡ ଉପରେ ଅବସ୍ଥିତ ସମସ୍ତ ବାସିନ୍ଦା ଆଦିବାସୀ ସମ୍ପ୍ରଦାୟର । ପାହାଡ ଉପରି ଭାଗରେ ଭୁସ୍ଖଳନ ଦ୍ବାରା ବଡ ବଡ ପଥର ଖଣ୍ଡର ଚାପରେ ଗାଁଟି ଧରାଶାୟୀ । ଜୀବନ ଜୀବିକା ତ ଦୂରର କଥା, ପେଟ ଚାଖଣ୍ଡ ଭରଣ କରିବା ପାଇଁ ମଣିଷଟି ଡହଳ ବିକଳ ।

ସମୁଦ୍ର ପତ୍ତନରୁ ପ୍ରାୟ ୫୦୦ମି ଉଚ୍ଚରେ ମାଡବା ଗ୍ରାମ । ପଥର କାଟି ଫସଲ କରିଥିବା ଚାଷଜମିରେ ଆଜି ପଥର ଗଦା । ଜୀବନ ଜିବିକା ପାଇଁ ନିର୍ଭର କରୁଥିବା ଗୃହପାଳିତ ପଶୁ ଛେଳି, ମେଣ୍ଢା ଓ ଗାଇ କାହାର ପାଞ୍ଚଟି ତ କାହାର ଦଶଟି ତିତିଲି ବାତ୍ୟାରେ ମୃତ । ମାଡବା ଗାଁରେ ସମୁଦାୟ ୬୫ ପରିବାର ଓ ତନ୍ମଧ୍ୟରୁ ଦୁଇଟି ପରିବାର ପକ୍କାଘର । ଏବେ ବି ଲୋକମାନେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟରେ ଗୁଞ୍ଜିଛନ୍ତି ମୁଣ୍ଡ।

ସମାଜର ଦର୍ପଣ ତରଫରୁ “ଓଠ ଧାରେ ହସଟିଏ- ଓ୍ବିଣ୍ଟର ସ୍ପେସିଆଲ” କମ୍ବଳ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ ହୋଇଯାଇଛି । ସକାଳ ୬ଟାରୁ ଭୁବେନେଶ୍ବର ଠାରୁ ଏକ ଦଶ ଜଣିଆ ଟିମ୍ ଦୀର୍ଘ ସାତଘଣ୍ଟା ର ତିନିଶହ କିମି ଯାତ୍ରା କରି ମାଡବା ଗାଁରେ ପହଞ୍ଚିଥିଲା । ଦୀଗପହଣ୍ଡି ଠାରୁ ମାଡବା ଯାଏ ଅଙ୍କାବଙ୍କାର ଘାଟି ରାସ୍ତା ଅତିକ୍ରମ କରିବା ବେଶ୍ ବିପଦଜନକ ଥିବା ସତ୍ବେ ଦୃଢ ମନୋବଳ ସହିତ କେତେବେଳେ ପାହାଡର ଶିଖର ଦେଇ ଗାଡି ଗତି କରୁଥିଲା ତ କେତେବେଳେ ଦୁଇ ପାହାଡର ପାଦ ଦେଶର ଘାଇରେ । ମଧ୍ୟାହ୍ନ ତିନିଟାରେ ରାୟଗଡ ବ୍ଲକ୍ ର ବି.ଡି.ଓ ଙ୍କ ଅନୁମତି କ୍ରମେ ଉକ୍ତ ଗ୍ରାମରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ସଂଧ୍ୟା ୬.୧୫ମି ରେ କାର୍ଯ୍ୟକ୍ରମ ଶେଷ କରି ପୁନଶ୍ଚ ଟିମ୍ ଫେରି ଆସିଲା ।ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ସେନାପତି- କେନ୍ଦୁଝର,ବସୁ ଭାଇ- ଯାଜପୁର ଟାଉନ୍,ଆଶୁତୋଷ- ଛତିଆ,ପ୍ରତାପ କେସରୀ- ଖୋର୍ଦ୍ଦା,ବାପିନ ମହାରଣା- ବାଣପୁର,ଅମିତ ପଣ୍ଡା- ଭଦ୍ରକ,ଅଜୟ ଭାଇ- ଦାନଗଦି,ତନ୍ମୟ ମହାପାତ୍ର-ଭଦ୍ରକ,ଶ୍ରୀକାନ୍ତ ନାୟକ- ବ୍ରହ୍ମପୁର,ପପୁ ଭାଈ ଓ ଶ୍ୟାମ ଭାଇ- ଗଜପତି,ଲତିକ ପ୍ରଧାନ(ବି.ପି.ଏମ୍ ରାୟଗଡ ବ୍ଲକ, ଗଜପତି) ଯୋଗ ଦେଇଥିଲେ ।

loading...

Leave A Reply

Your email address will not be published.