Breaking

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ: ଓଡ଼ିଶାରେ ୩ ହଜାର କୋଟି ଟଙ୍କା ବିନିଯୋଗ କରିବ ରିଲାଏନ୍ସ

0

ଭୁବନେଶ୍ୱର:ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣର ଆଜି ଦ୍ୱିତୀୟ ଦିନ । ଆଜି ବିଜନେସ୍‌ ଲିଡର୍‌ସିପ୍‌ ସମିଟ୍‌ ଆରମ୍ଭ ହୋଇଛି । ଏହି ଅଧିବେଶନରେ ରିଲାଏନ୍ସ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଛନ୍ତି । ଏହା ସହିତ ଶିଳ୍ପ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ୧୦ଟି ସଂସ୍ଥାର ଶିଳ୍ପପତିମାନେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ୍‌ର ଦ୍ଵିତୀୟ ସଂସ୍କର ର ବିଜନେସ ଲିଡରସିପ ମିଟରେ ଯାଗ ଦେଇ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନି ଓଡ଼ିଶାରେ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ପୂର୍ବରୁ ତାଙ୍କ କମ୍ପାନି ରାଜ୍ୟରେ ୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି ବୋଲି କହିବା ସହିତ ମୁକେଶ ଅମ୍ବାନୀ ରାଜ୍ୟରେ ରାଲାଏନ୍ସ ଜିଓ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି।

ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ଏହି କନକ୍ଲେଭ୍‌ରେ ଯୋଗଦେଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍‌ କୁମାର ମଙ୍ଗଲମ୍‌ ବିର୍ଲା ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢତାର ସହ ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ ଏତିହ୍ୟ ବଲିଯାତ୍ରା କଥା ମନେପକାଇଛନ୍ତି ମଙ୍ଗଲମ୍‌ ବିର୍ଲା। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସେ ଘୋଷଣା କରିଛନ୍ତି। ବିର୍ଲା ଆଗାମୀ ୨ ବର୍ଷ ମଧ୍ୟରେ ୨ ବିଲିୟନ୍‌ ଡଲାର ନିବେଶ କରିବ ବୋଲି ସେ କହିଛନ୍ତି।

loading...

Leave A Reply

Your email address will not be published.