Breaking

ଶ୍ରମିକ ସଙ୍ଗଠନର ୨ ଦିନିଆ ଧର୍ମଘଟ: ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ, ଜନଜୀବନ ପ୍ରଭାବିତ

ବିଭିନ୍ନ ସ୍ଥାନରେ ରାସ୍ତା ରୋକ ରେଳ ଚଳାଚଳ ପ୍ରଭାବିତ

0

ଭୁବନେଶ୍ୱର :କେନ୍ଦ୍ର ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଠାରୁ ରାଷ୍ଟ୍ର ବ୍ୟାପି ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଏହା ଦ୍ୱାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ରୋକ କରିଛନ୍ତି । ଦୋକାନ ବଜାର ସବୁ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ଆଜି ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍‌ ହୋଇଛନ୍ତି। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଥିବା ବେଳେ ଜାତୀୟ ରାଜପଥରେ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

loading...

Leave A Reply

Your email address will not be published.